Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ହସ୍ପିଟାଲରେ ଶୋଇଥିବା ବ୍ୟକ୍ତିଙ୍କ ସାର୍ଟ ଭିତରେ ପଶିଗଲା ବିଷାକ୍ତ ସାପ ; ତା’ପରେ କ’ଣ ହେଲା ଜାଣନ୍ତୁ

23/06/2019 at 7:13 PM

ଅହମଦନଗର ୨୩/୬ : ସରକାରୀ ହସ୍ପିଟାଲରେ ରୋଗୀଙ୍କ ଦେଖାରେଖା ପାଇଁ ତାଙ୍କର ଜଣେ ସମ୍ପର୍କୀୟ ଥିଲେ । ରାତିରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କ ସାର୍ଟ ଭିତରକୁ ପଶି ଯାଇଥିଲା । ଏହା ଦେଖି ଡାକ୍ତର ଓ ନର୍ସମାନଙ୍କ ଅବସ୍ଥା ଖରାପ ହୋଇଯାଇଥିଲା । ଡାକ୍ତର, ନର୍ସ ଏବଂ ହସ୍ପିଟାଲ କର୍ମଚାରୀ ଏହା ଦେଖି ଡରି ଯାଇଥିଲେ । ପୁରା ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା । ଘଟଣା ମହାରାଷ୍ଟ୍ର ଅହମଦନଗରରେ ଦେଖିବାକୁ ମିଳିଛି । 

ଅହମଦନଗର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ୱାର୍ଡରେ ଶନିବାର ବିଳମ୍ବିତ ରାତିରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଗଭୀର ନିଦରେ ସୋଇଥିଲେ । ଠିକ ସେତେବେଳେ ଆଇସିୟୁ କବାଟ ପଟୁ ଏକ ସାପ ଆସିଥିଲା । ସାପଟି ଶୋଇଥିବା ବ୍ୟକ୍ତିଙ୍କ ସାର୍ଟ ଭିତରେ ପଶି ଯାଇଥିଲା । ସାପକୁ ସାର୍ଟ ଭିତରେ ପଶିଥିବା ଦେଖି ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ଡରି ଯାଇଥିଲେ । ନର୍ସ ତୁରନ୍ତ ସାପ ଧରୁଥିବା ଜଣେ ସାପ ଧରାଳିକୁ ଫୋନ କରି ଡାକିଥିଲେ ।

ସପ ଧରାଳି ଶୋଇଥିବା ବ୍ୟକ୍ତିଙ୍କୁ ନ ଉଠାଇ ବଡ କୌଶଳରେ ସାପକୁ ବାହାର କରିଦେଇଥିଲେ । ଏହା ଦେଖି ସମସ୍ତେ ଆଚମ୍ବିତ ହୋଇଯାଇଥିଲେ । ପାଖାପାଖି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସାପଟି ବ୍ୟକ୍ତିଙ୍କ ସାର୍ଟ ଭିତରେ ପସିରହିଥିଲା । ସାପ ଧରାଳି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ । ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବାପରେ ଘଟଣାକୁ ନେଇ ଚର୍ଚ୍ଚା ହୋଇଛି ।



   Related Posts