ଧାମନଗରରେ ସାପ ଆତଙ୍କ
25/06/2018 at 6:48 AM

ଭଦ୍ରକ ଜିଲ୍ଲା ଧାମନଗରରେ ସାପ ଆତଙ୍କ । ଗତ ଶନିବାର ଧାମନଗର ବ୍ଲକ ପାଇକ ସାହିର ରବୀନ୍ଦ୍ର ଭୂୟାଁଙ୍କ ଘରୁ ୧୨୬ଟି ସାପ ମିଳିଥିଲା । ପାଇକସାହିଠୁ ଅଧକିଲୋମିଟର ଦୂର ଜୟନଗର କଣ୍ଟାବଣିଆରୁ ଆଜି ପୁଣି ନାଗ ସାପ ଉଦ୍ଧାର ହୋଇଛି । ଗୌରାଙ୍ଗ ଜେନାଙ୍କ ଘରୁ ୧୦ରୁ ଅଧିକ ନାଗ ସାପ ମିଳିଛି । ଚକି ତଳେ ନାଗ ସାପ ଦେଖି ପରିବାର ଲୋକେ ସ୍ନେକ୍ ହେଲ୍ ପ ଲାଇନକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ ପ ଲାଇନ୍ ସଦସ୍ୟ ସାପ ଗୁଡିକୁ ଉଦ୍ଧାର କରିଥିଲେ । ନାଗ ସାପ ଦେଖିବାକୁ ଆଖପାଖ ଅଞ୍ଚଳରେ ଲୋକଙ୍କ ଭିଡ ଜମିଛି । ନାଗ ସାପ ଦେଖି ଲୋକେ ଛାନିଆ ହୋଇ ଯାଇଛନ୍ତି ।
Related Posts
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021
ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
18 January 2021
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ
18 January 2021