ଗିଳିଥିଲା ପିଆଜ, ହଜମ ହେଲାନି ଦର ..

Published By : Prameya-News7 Bureau | January 04, 2020 IST

ପିଆଜ ଦର ଯେଉଁଭଳି ଆକାଶ ଛୁଇଁଥିଲା ସମସ୍ତେ ଭଲ ଭାବେ ଜାଣିଛନ୍ତି । ହଠାତ୍ ବଜାରରୁ ଗାୟବ ହୋଇଯାଇଥିଲା ପିାଜ। ଏପରିକି ହୋଟେଲରେ ମଧ୍ୟ ପିଆଜର ଦେଖା ଦର୍ଶନ ନଥିଲା । ଆଉ ଏମିତିରେ କେଉଁଠୁ ପିଆଜର ସନ୍ଧାନ ମିଳିଛି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

{"id":206940,"sizeSlug":"large"}

ଦେଖିଲେ ତ କିଭଳି ଏହି ସାପଟି ପିଆଜ ବାହାର କଲା । ଲୋଭରେ ସିନା ପିଆଜକୁ ଗିଳି ଦେଇଥିଲା । ହେଲେ ଦାମ୍ ଶୁଣି ହଜମ୍ କରିପାରିନଥିଲା । ଶେଷରେ ବାଟ ପାଇନଥିଲା ବାନ୍ତି କରିବାକୁ । ଦେଖୁ ନାହାନ୍ତି କେମିତି ଏଇ ପିଆଜ ଦୁଇଟିକୁ ଓଗାଳିଛି । ଯେଉଁଠି ପିଆଜ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେଠି ଦୁଇ ଦୁଇଟି ପିଆଜ ଗିଳି କେମିତି ସମ୍ଭାଳି ପାରିଥାନ୍ତା ସାପଟି । ସେଥିପାଇଁ ତ ବାଧ୍ୟ ହୋଇ ଶେଷରେ ଏମିତି କାଢି ପକାଇଛି ପିଆଜ.।

{"id":206935,"sizeSlug":"large"}

ଆପଣ ଦେଖୁଥିବା ଏହି ଘଟଣାଟି ହେଉଛି ଅନୁଗୋଳ ଛେଣ୍ଡିପଦାର । ତେବେ ପ୍ରାଣୀ ବିଷେଶଜ୍ଞଙ୍କ କହିବା ଅନୁସାରେ ସାପଟି ମୂଷା ଖାଇବା ଚକ୍କରରେ ପିଆଜ ବିଲରେ ପଶିଯାଇଥିଲା । ଆଉ ମୂଷା ବାସ୍ନାରେ ଭୁଲରେ ଏହି ପିଆଜ ଗିଳି ପକାଇଥିଲା । ହେଲେ ହଜମ୍ କରିବ ବା କେମିତି । ଶେଷରେ ବାଧ୍ୟ ହୋଇ ଏହି ପିଆଜ ବାନ୍ତି କରି ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.