ସାପ ପିଇଲା ବୋତଲରୁ ପାଣି
27/02/2019 at 5:20 PM

ଭଦ୍ରକ ୨୭/୨: ବିଷାକ୍ତ ସାପ ଛନ୍ଦି ଯାଇଥିଲା ଜାଲ ଭିତରେ । ଦୁଇ ଦିନ କୁଆଡେ ଯାଇ ପାରି ନଥିଲା, କି କିଛି ଖାଇ ନଥିଲା । ଆଉ ସେହି ସାପକୁ ଯେତେବେଳେ ସାପ ଧରାଳି ଉଦ୍ଧାର କଲେ ସାପଟି ଆଁ କରି ରହିଲା । ତତକ୍ଷଣାତ୍ ସାପ ଧରାଳି ପାଣି ବୋତଲ ତା ମୁହଁରେ ଲଗାଇ ଦଲେ , ଆଉ ସାପଟି ପାଣି ବୋତଲରୁ ପିଇଗଲା ।

ସେହି ବିଷାକ୍ତ ସାପଟି ଥିଲା ଏହି ବଡ ନାଗ ସାପ । ଭଦ୍ରକ ଜିଲ୍ଲା ରହଣିଆ ଗାଁରୁ ଗତ ମାସ ସାପଟିକୁ ଏଭଳି ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୋସିଆଲ ମିଡିଆ ନଟ୍ ଅଲ୍ ହିରୋଜ୍ ଓରେ କେପ୍ ସାଇଟରେ ଏହି ଦୃଶ୍ୟକୁ ଅପଲୋଡ୍ କରାଯାଇଛି। ଆଉ ଏହାକୁ ବିଶ୍ବର ଏକ ମାସ ଭିତରେ ଏକ କୋଟି ଲୋକ ଦେଖିଲେଣି । ଭଦ୍ରକ ସହରର ସାପ ଧରାଳି ସେଖ୍ ଆରିଫ ମିର୍ଜ। ଏହି ସାପକୁ ଉଦ୍ଧାର କରିଥିଲେ ।

Related Posts
ମହିଳାଙ୍କ ଗଳାକାଟି ହତ୍ୟା, ତା ପରେ ଲୁଟ୍…
23 January 2021