ସାପ ତରକାରୀ ବାସ୍ନାରେ ଫାଟି ପଡେ ଗାଁ ଦାଣ୍ଡ: ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ମଣିଷ ସମସ୍ତେ ନିଅନ୍ତି ଏହାର ମଜା

Published By : Prameya-News7 Bureau | August 16, 2020 IST

ନବରଙ୍ଗପୁର୧୬/୮: ବିଷାକ୍ତ ସାପ କଥା କହିଲେ ସମସ୍ତେ ଭୟଭୀତ ହୋଇଥାଆନ୍ତି। କିନ୍ତୁ ଏମିତି ଏକ ଦୃଶ୍ୟ ରହିଛି, ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏପରି କିଛି ସମ୍ପ୍ରଦାୟ ଅଛନ୍ତି ଯେଉଁମାନେ ସାପକୁ ଦେଖିଲେ ବହୁତ ଖୁସି ହୁଅନ୍ତି ଓ ତାକୁ ଧରି ମାଛ, କୁକୁଡ଼ା କି ଛେଳି ମାଂସ ଭଳି ତରକାରୀ କରି ଖାଆନ୍ତି। ସାପ ତରକାରୀ ବାସ୍ନାରେ ଗାଁ ଦାଣ୍ଡ ଫାଟି ପଡେ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ରଙ୍ଗମାଟି ଗୁଡ଼ାରେ ରହୁଥିବା କିଛି ଭୂମିଆ ପରିବାରଙ୍କ ବାରି ପଟେ ୬ ଫୁଟ ଲମ୍ବର ଏକ ଢାମଣା ସାପ ବାହାରିଥିଲା, ଏହାପରେ ଭୂମିଆ ପରିବାରର ପୁରୁଷ ମାନେ ସାପକୁ ମାରି ଅତି ଖୁସିର ସହ ତେନ୍ତୁଳି ଗଛରେ ସାପଟିକୁ ଟାଙ୍ଗି ସାପର ଛାଲ କାଢ଼ିବା ପରେ କଣ୍ଟାକୁ କାଢି ମାଛ କଟିଲା ଭଳି ଖଣ୍ଡ ଖଣ୍ଡ କାଟି ଏହାକୁ ଗର ମସଲା ସହ ପିଆଜ, ହଳଦୀ,ଲୁଣ ମରିଚ ଦେଇ ସେମାନଙ୍କର ମନପସନ୍ଦ ହେଲାଭଳି ପାଟିକୁ ରୁଚିଲାଭଳି ପ୍ରସ୍ତୁତ କରି ଖାଇଥାଆନ୍ତି।

ଏହି ଆଦିବାସୀ ଭୂମିଆ ପରିବାରର କେବଳ ପୁରୁଷମାନେ ହିଁ ସାପକୁ ଖାଆନ୍ତି ତା ନୁହେଁ ସାପର ମାଂସକୁ ଖାଇବାରେ ପୁରୁଷମାନେ ଯେତିକି ମଜା ଓ ଆଗ୍ରହ ଦେଖାଇଥାଆନ୍ତି ମହିଳା ଓ ଶିଶୁମାନେ ମଧ୍ୟ ସେତିକି ଆଗ୍ରହ ଓ ପସନ୍ଦ କରିଥାନ୍ତି। ବୁଢା ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ସାପ ମାଂସର ମଜା ଉଠାଇଥାନ୍ତି।ଏହିଭଳି ଏମାନେ ସାପ ମାନଙ୍କ ଭିତରେ ଢାମଣା,ଢଣ୍ଡିଆ,କଲାଟି,ବଡ଼ ବେଙ୍ଗ,ଏପରିକି ସମସ୍ତ ପ୍ରଜାତିର ବିଷାକ୍ତ ନାଗ ସାପକୁ ମଧ୍ୟ ରୁଚିକର ଖାଦ୍ୟ ଭାବରେ ଖାଇଥାନ୍ତି। ସାପକୁ ଖାଇବା ଏମାନଙ୍କ ପୂର୍ବ ପୁରୁଷରୁ ଚାଲି ଆସୁଥିବା ଭୂମିଆ ମାନେ କହିଛନ୍ତି।ଏହି ସାପ ମାଂସ ଖାଇବାରେ ଭୂମିଆ ମାନଙ୍କର ଏକ ତର୍କ ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.