Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଖୁବ୍ ଆଗ୍ରହର ସହ ସାପର ମାଂସ ଖାଆନ୍ତି ଏହି ଦେଶର ଲୋକେ

2/02/2019 at 4:58 PM

ରେସ୍ତୋରାଁରେ ଖାଇବା ପାଇଁ ଗଲେ ଆଗ ମେନୁ କାର୍ଡ ଦେଖନ୍ତି। ଶାକାହାରୀ ଲୋକମାନେ ପନିପରିବା ଡାଲି ରୁଟି ଖାଇବା ଅର୍ଡର କରନ୍ତି ଓ ମାଂସାହାରୀମାନେ ମାଛ ମାଂସ ଆଦି ଅର୍ଡର କରନ୍ତି। ତେବେ ଏମିତି  ଏକ ରେସ୍ତୋରାଁର ମେନୁ ରହିଛି,  ଯାହା ଶୁଣିଲେ ଲୋକେ ଆଚମ୍ୱିତ ହୋଇଯିବେ।
 ଭିଏତନାମରେ ଲୋକମାନେ ସାପର ମାଂସ ଖାଇବା ପସନ୍ଦ କରନ୍ତି। ଆଶ୍ଚର୍ଯ୍ୟର କଥା ଏହା ଯେ ଏଠାରେ ସାପ ରକ୍ତର ୱାଇନ୍‌ ମଧ୍ୟ ପିଆଯାଏ। ସାପ ବିଷକୁ ଚାଉଳ ସହ ତିଆରି ହୋଇଥିବା ମଦ ସହ ମଧ୍ୟ ବ୍ୟବହାର କରାଯାଏ।

ସାପର ବିଷ ଖାଇଲେ ଗରମ ଦିନରେ କିଛି ଅସୁବିଧା ହୋଇନଥାଏ ବୋଲି  ଲୋକଙ୍କର ବିଶ୍ୱାସ। ଏହା ସହ ସାପର ବିଷ ଖାଇଲେ ମୁଣ୍ଡ ବିନ୍ଧା ହୋଇନଥାଏ ।

ଏହି ରେସ୍ତୋରାଁରେ ସାପର ବିଭିନ୍ନ ମେନୁ ଅଛି। କେବେ ସାପକୁ ଫ୍ରାଏ କରି ଖାଆନ୍ତି ତ କେବେ ସାପ ମସଲା ତରକାରି ଖାଆନ୍ତି। ସାପଧରାଳିଙ୍କ ଅନୁସାରେ ସାପ ଖାଇବା ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ।

ତେବେ ଦୁଃଖର ବିଷୟ ହେଉଛି ଯେ, ସାପ ଖାଇବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ ଧୀରେ ଧୀରେ ସାପବଂଶ ଲୋପ ପାଇବାରେ ଲାଗିଛି। ପରିବେଶ ସନ୍ତୁଳନ କ୍ଷେତ୍ରରେ ଏହା ଏକ ଉଦବେଗର ବିଷୟ ହୋଇଛି ।

   Related Posts