ସାପ କାମୁଡାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ଶବକୁ ଜଗି ରହିଲେ ସାପ ଯୋଡା, ଅନ୍ତିମ ସଂସ୍କାର ପାଇଁ ଛାଡିଲେନି- ଆଶ୍ଚର୍ଯ୍ୟ ହେଲେ ଲୋକେ

Published By : Prameya-News7 Bureau | September 26, 2019 IST

ଆଜିକାଲି ଲୋକେ ଅନ୍ଧବିଶ୍ବାସ ଉପରେ ବିଶ୍ବାସ କରୁନାହାନ୍ତି ତଥାପି ଏମିତି ଅନେକ ଘଟଣା ରହିଛି ଯାହାକୁ ଲୋକ ବିଜ୍ଞାନସହ ଯୋଡି ପାରୁନାହାନ୍ତି । ଯେଉଁମାନେ ଘରେ ଜୀବ ଜନ୍ତୁ ପାଳନ୍ତି ସେମାନେ ଜାଣିଛନ୍ତି, ମଣିଷ ଓ ପଶୁଙ୍କ ମଧ୍ୟରେ ଏକ ନିଆରା ସମ୍ପର୍କ ଥାଏ। ସମ୍ପର୍କର ନିବିଢ ଭାବ ଏତେ ମାତ୍ରାରେ ଥାଏ ଯେ, କେହି କାହାକୁ ଛାଡି ରହିପାରନ୍ତିନି। ଠିକ୍‌ ଏହିଭଳି ଘଟଣା ଘଟିଛି ଜଣେ ମୃତ ମହିଳାଙ୍କ ସହ। ମୃତ୍ୟୁ ପରେ ମଧ୍ୟ ସାପ ମହିଳାଙ୍କୁ ଏଭଳି ନଜରରେ ଦେଖୁଥିଲା ଯେ, ସମଗ୍ର ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ଉତ୍ତରପ୍ରଦେଶ ତ୍ରିବେଦିଗଂଜ ଅଞ୍ଚଳ ନିବାସୀ ଲବକୁଶ ରାୱତଙ୍କ ପତ୍ନୀ ରାଜକୁମାରୀଙ୍କ ସହ ଏମିତି ଏକ ଘଟଣା ଘଟିଛି । ଯାହା ଜାଣି ସମସ୍ତେ ଆଚମ୍ବିତ ହୋଇଛନ୍ତି। ରାଜକୁମାରୀ ଘରେ ସବୁ କାମ ସାରି ଆରାମ କରୁଥିଲେ। ସେତେବେଳେ ଘରେ ଏକ ସାପ ପଶିଥିଲା। ଶୋଇଥିବା ସମୟରେ ରାଜକୁମାରୀଙ୍କୁ ସାପ କାମଡୁଥିଲା। ଘରେ ଜାଣିବାପରେ ତୁରନ୍ତ ରାଜକୁମାରୀଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା।

ଡାକ୍ତର ରାଜକୁମାରୀଙ୍କ ମୃତ୍ୟୁ ଘୋଷଣା କରିବା ପରେ ପରିବାର ଲୋକେ ତାଙ୍କ ଶବକୁ ଘରକୁ ନେଇ ଆସିଥିଲେ। ଯେତେବେଳେ ଘର ଲୋକେ ତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଶବ ଉଠାଇଲେ ସେତେବେଳେ ହଠାତ୍‌ ଘର ଭିତରୁ ଦୁଇଟି ସାପ ବାହାରିଆସିଲେ। ସାପ ଯୋଡା ରାଜକୁମାରୀଙ୍କ ଶବ ପାଖରେ ଫଣା ଉଠାଇ ରହିଥିଲେ । ଶବ ନିକଟକୁ କାହାକୁ ଛାଡିଲେ ନାହିଁ। ଯେକୌଣସି ଲୋକ ଶବ ନିକଟକୁ ଯାଉଥିଲା ତାକୁ ସାପ ରାଗି ଫୁକାର ମାରୁଥିଲା।

ସେମାନେ କାହାକୁ ଶବ ନିକଟକୁ ଯିବାକୁ ଦେଉନଥିଲେ। ଏହା ଦେଖି ଲୋକେ ଡରି ଯାଇଥିଲେ। ହେଲେ ତାପରେ ସାପଯୋଡାହଠାତ କୁଆଡେ ପଳେଇଲେ କେହି ଜାଣିପାରିଲେନାହିଁ। ସମସ୍ତେ ଘର ଭିତରେ ଖୋଜିଲେ କିନ୍ତୁ କିଛି ପାଇଲେ ନାହିଁ। କିଛି ଲୋକେ ସାପ ଧରାଙ୍କୁ ଡାକି ଆଣିଲେ ।  ହେଲେ ଆଶ୍ଚର୍ଯ୍ୟର କଥା ଏହା ଯେ, ସେମାନେ ମଧ୍ୟ ସାପଙ୍କୁ ଧରିପାରିନଥିଲେ। ତାପରେ ଶବର ଅନ୍ତିମ ସଂସ୍କାର ହୋଇଥିଲା।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.