ଟିକିଏ ଭୁଲ ହୋଇଥିଲେ ଯାଇଥାନ୍ତା ଜୀବନ ! ଅହିରାଜ ଦଂଶନରୁ ଅଳ୍ପକେ ବର୍ତ୍ତିଲେ ସାପ ଧରାଳି, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | January 13, 2021 IST

ଶିବମୋଗା ୧୩/୦୧: ନିଜ ଜୀବନକୁ ବାଜି ଲଗାଇ ସାପ ଧରାଳି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି। ବହୁ ବିଷାକ୍ତ ସାପକୁ ଧରିବା ବେଳେ ସେମାନେ ବହୁ ବିପଦରେ ସମ୍ମୁଖୀନ ହୁଏନ୍ତି। ଏବେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଜଣେ ସାପ ଧରାଳି ଅହିରାଜ ଦଂଶନରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହା ତାଙ୍କର ସୌଭାଗ୍ୟ ବୋଲି ବି ଲୋକେ କହୁଛନ୍ତି।

ସାମାନ୍ୟ ଭୁଲ ହୋଇଥିଲେ ସାପ ଧରାଳିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା। ଅହିରାଜକୁ ଉଦ୍ଧାର କରୁଥିବା ବେଳେ ସାପଟି ସ୍ନେକ୍‌ କ୍ୟାଚରଙ୍କୁ ଦଂଶନ କରିବାକୁ ତାଙ୍କ ଉପରକୁ ଡେଇଁପଡ଼ିଥିଲା। ତେବେ ଏହି ଭିଡିଓଟି କର୍ଣ୍ଣାଟକର ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ଦେଖିଲେ ଲୋମ ଟାଙ୍କୁରି ଉଠିବ। ଅହିରାଜର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସାପ ଧରାଳି। କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇ ଶେଷରେ ସାପଟିକୁ କାବୁ କରିବା​‌ରେ ସେ ସମର୍ଥ ହୋଇଛନ୍ତି।

wp:embed {"url":"https://twitter.com/ANI/status/1349008830861094918","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1349008830861094918
/wp:embed

ସାପ ଉଦ୍ଧାର ମିଶନର ଏହି ଭିଡିଓ କର୍ଣ୍ଣାଟକର ଶିବମୋଗାରୁ ସାମ୍ନାକୁ ଆସିଛି। ଭିଡିଓଟିକୁ ଏଏନଆଇ ସେୟାର କରି କ୍ୟାପ୍ସନ ଦେଇଛି- ଏକ ସରିସୃପ ବିଶେଷଜ୍ଞ ସାପକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ କିଙ୍ଗକୋବ୍ରା ଦଂଶନରୁ ବର୍ତ୍ତିଯାଇଛନ୍ତି। ବିଡିଓଟି ୧୨ ଜାନୁଆରୀରେ ସେୟାର କରାଯାଇଛି। ଏହି ଭିଡିଓକୁ ନେଇ ୟୁଜର ପ୍ରତିକ୍ରିୟା ଦେଉଥିବା ବେଳେ ଏହାର ଭିଉ ମଧ୍ୟ ପାଖାପାଖି ଦେଢ଼ ଲକ୍ଷ ପହଞ୍ଚିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.