Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଅଚାନକ ସ୍କୁଟି ବନେଟରୁ ବାହାରିଲା ସାପ, ଭୟ ନକରି ଆରାମରେ ଧରି ପ୍ଲାଷ୍ଟିକ୍ ପାତ୍ରରେ ବନ୍ଦ କରିଦେଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

10/09/2021 at 12:42 PM

ସାପ ନାଁ ଶୁଣିଲେ ସମସ୍ତଙ୍କ ମନରେ ଆସିଥାଏ ଡର । ଭୟ ବି ଲାଗିଥାଏ । ସୋସିଆଲ ମିଡିଆରେ ବଣୁଆ ଜୀବ ଜନ୍ତୁଙ୍କର ଭିଡିଓ ବି ଭାଇରାଲ ହୋଇଛି । ତେବେ ବେଳେବେଳେ ଅଜବ ପରିସ୍ଥିତିରେ କିମ୍ବା ଭୟଭୀତ ଘଟଣାରେ ମଣିଷ ପଶୁ ଉଭୟ ପରସ୍ପରକୁ ଭେଟିଥାନ୍ତି । ଏହି ଭିଡିଓଗୁଡିକ ଅନଲାଇନରେ ବହୁତ ଭାଇରାଲ ହେବାର ନଜିର ରହିଛି । ଏପରି ପରିସ୍ଥିତିରେ, ଯଦି ଭିଡିଓଟି ସାପର ଅଟେ ।

ନିକଟରେ ଏକ ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ସାପଟି ଜଣେ ବ୍ୟକ୍ତିଙ୍କ ସ୍କୁଟିରୁ ବାହାରିଥିବା ଦେଖିବାକୁ ମିଳୁଛି । ତେବେ ବ୍ୟକ୍ତି ଜଣଙ୍କ ଭୟ ନକରି ସାପକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ସୂଚନା ଥାଉକି, ଭିଡିଓକୁ ଦେଖିବା ପରେ ଯେ କେହି ଏହାକୁ ଭୟ କରିବ । ଭିଡିଓରେ ଦେଖାଯାଉଛି ଯେ ବ୍ୟକ୍ତି ଜଣକ ସ୍କୁଟିର ବନେଟ୍ ଖୋଲୁଛନ୍ତି ।

ଏହି ସମୟରେ ସାପଟି ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି । କିଛି ସମୟ ପରେ ବ୍ୟକ୍ତି ଜଣକ ଏକ ପ୍ଲାଷ୍ଟିକ୍ ପାତ୍ର ଆଣି ସାପକୁ ଯତ୍ନର ସହିତ ଡବାରେ ଭରି ନେଇଯାଆନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଏହି ଭିଡିଓ ଟ୍ୱିଟରରେ IFS ଅଧିକାରୀ ସୁସନ୍ତା ନନ୍ଦ ଏକ ବର୍ଷ ପୂର୍ବରୁ ପୋଷ୍ଟ କରିଥିଲେ । କିନ୍ତୁ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପୋଷ୍ଟ କରି ନନ୍ଦା ଲେଖିଛନ୍ତି, ବର୍ଷା ଋତୁରେ ଏମାନଙ୍କର ଆଗମନ ସାଧାରଣ କଥା । କିନ୍ତୁ ସାପ ଧରିବାର ଏହି ପଦ୍ଧତି ଠିକ ନୁହେଁ, ଏହାକୁ କେବେ ଚେଷ୍ଟା କର ନାହିଁ ।

   Related Posts