ବିଷାକ୍ତ ସାପ କାମୁଡ଼ିଲେ ତୁରନ୍ତ କରନ୍ତୁ ଏହି ଉପଚାର, କମିଯିବ ବିଷର ପ୍ରଭାବ...

Published By : Prameya-News7 Bureau | August 04, 2019 IST

ସାଧାରଣତଃ କୌଣସି ସ୍ଥାନରେ ସାପକୁ ଦେଖିଲେ ଭୟ ଲାଗିଥାଏ। ବିଭିନ୍ନ ଜାତିର ବିଷାକ୍ତ ସାପ ଅଛନ୍ତି। ସାପକୁ ଦେଖିଲେ ଲୋକେ ଭୟରେ ବାଟ ଭାଙ୍ଗି ଚାଲି ଯାଆନ୍ତି। ଏବେ ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ସାପଙ୍କ ପ୍ରଦୁର୍ଭାବ ଦେଖିବାକୁ ମିଳୁଛି । କାରଣ ସାପ ବିଳରେ ବର୍ଷାପାଣି ପଶିଯିବା ଯୋଗୁଁ ସାପ ସବୁ ବାହାରେ ବେଶୀ ଚଳପ୍ରଚଳ କରନ୍ତି । ଏବେ ପ୍ରାୟ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ସାପ କାମୁଡାରେ ଲୋକଙ୍କ ମୃତ୍ୟୁ ହେଉଥିବା ଖବର ହସ୍ତଗତ ହେଉଛି । ସାପକାମୁଡାରୁ ବର୍ତ୍ତିବା ପାଇଁ ଆବଶ୍ୟକୀୟ ଆଗୁଆ ସତର୍କତା ଅବଲମ୍ବନ କରିବା ଜରୁରୀ । ବିଶେଷ କରି କ୍ଷେତବାଡିରେ କାମ କରୁଥିବା ଲୋକେ ସର୍ପ ଦଂଶନର ଶିକାର ହେବା ଆଶଂକା ଅଧିକ ରହିଥାଏ । ତେବେ ସାପ କାମୁଡିଲେ କିପରି ବିଷ ହରଣ କରାଯାଇ ପାରିବ ସେହି ବାବଦରେ  ଆସନ୍ତୁ ଜାଣିବା।

{"id":140811,"width":572,"height":356}

ସାପ କାମୁଡିଥିବା ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ୧୦୦ ଏମ.ଏଲ ଘିଅ ଖାଇବା ପାଇଁ ଦେଇ ତାଙ୍କୁ ବାନ୍ତି କରାଇ ଦିଅନ୍ତୁ। ଏହାପରେ ୧୦-୧୫ ଥର ନଖ ଉଷୁମ ପାଣି ପିଇବାକୁ ଦେଇ ବାନ୍ତି କରାଇ ଦିଅନ୍ତୁ।ଏହା କରିବା ଦ୍ବାରା ଶରୀରରେ ବିଷର ପ୍ରଭାବ କମ୍ ହୋଇଯାଇଥାଏ।

{"id":140813,"width":556,"height":417}

ଏଥିସହ ବଟା ରସୁଣ ଓ ମହୁକୁ ମିଶାଇ କାମୁଡିଥିବା ସ୍ଥାନରେ ଲଗାନ୍ତୁ। ଏବଂ ଅଳ୍ପ ପରିମାଣ ମହୁକୁ ତାଙ୍କୁ ଖାଇବାକୁ ଦିଅନ୍ତୁ। ଏହା କରିବା ଦ୍ବାରା ଇଫେକ୍ସନ ହୋଇନଥାଏ। ପେସା ହରଡ ଡାଲି ରୋଗୀଙ୍କୁ  ଖାଇବାକୁ ଦିଅନ୍ତୁ। ହରଡ ଡାଲି ଖାଇବା ଦ୍ବାରା ଇଫେକ୍ସନର ଭୟ ରହି ନଥାଏ।

{"id":140814}

ତେବେ ଏସବୁ ଘର ଉପଚାର ସହ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାନ୍ତୁ । ନିକଟରେ ଯଦି ଭେଣ୍ଟଲେଟର ଥିବା ହସପିଟାଲ ବା ନର୍ସିଂ ହୋମ ଥାଏ ତାହେଲେ ସେଠାକୁ ନେବା ଲାଗି ଠିକ୍ ଗୁରୁତ୍ବ ଦିଅନ୍ତୁ । ଆଜିକାଲି ସାପ ବିଷରୁ ରକ୍ଷା ପାଇବା ପାଇଁ ଆଣ୍ଟି ବେନମ ଇଞ୍ଜେକ୍ସନ ମିଳିଲାଣି । ଡାକ୍ତରଙ୍କ ପରାମର୍ଶ କ୍ରମେ ତାହା ରୋଗୀଙ୍କୁ ଦିଆଗଲେ ଲାଭ ମିଳିଥାଏ ।

{"id":140815}

କୌଣସି ପରିସ୍ଥିତିରେ ସାପ କାମୁଡିଥିବା ବ୍ୟକ୍ତିଙ୍କୁ ହତାଶ ହେବାକୁ ସୁଯୋଗ ଦିଅନ୍ତୁ ନାହିଁ । ତାଙ୍କୁ ଯେତେ ଭୟମୁକ୍ତ ରଖାଯାଇପାରିବ ସେତେ ଭଲ । କାରଣ ଏଭଲି କ୍ଷେତ୍ରରେ ବିଷର ପ୍ରଭାବ ଅପେକ୍ଷା ଭୟଯୋଗୁଁ ହୃଦଘାତ ହୋଇ ରୋଗୀଙ୍କ ମୃତ୍ୟୁ ହେବାର ଆଶଂକା ବେଶୀ ରହିଥାଏ ।

{"id":140817}

ସର୍ପ ଦଂଶନ ବୋଗିଥିବା ରୋଗୀଙ୍କୁ ଶୋଇବା ପାଇଁ ମଧ୍ୟ ଦିଅନ୍ତୁ ନାହିଁ । କାରଣ ରୋଗୀ ଶୋଇପଡିଲେ ଅଚେତ ହୋଇଯିବାର ଭୟ ଥାଏ । ଯାହା ରୋଗୀଙ୍କ ପାଇଁ ଅଧିକ ବିପଦଜନକ ହୋଇଥାଏ ।

{"id":140819}

କୌଣସି ପରିସ୍ଥିତିରେ ମଧ୍ୟ ଗୁଣି ଗାରେଡି ଓ ମନ୍ତ୍ର ତନ୍ତ୍ରର ସହାୟତା ନିଅନ୍ତୁ ନାହିଁ । ଏହା କରିବା ଦ୍ବାରା ଗୋଲ୍ଡେନ ଆୱାର ଅତିକ୍ରମ କରିଯାେ ଓ ତାପରେ ଡାକ୍ତରଖାନାକୁ ନେଲେ ସୁଫଳ ମିଳିବା କଷ୍ଟ ହୋଇପଡିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.