ଯୁବକଙ୍କୁ କାମୁଡିଦେଲା ସାପ ; ରାସ୍ତା ଖରାପ ଥିବାରୁ ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ନେବାବେଳେ ଚାଲିଗଲା ଜୀବନ

Published By : Prameya-News7 Bureau | September 26, 2019 IST

ସୋର ୨୬|୯: ସୋର ବ୍ଲକ୍ ପାଖର ପଞ୍ଚାୟତ ଗୋପୀନାଥପୁର ବିଷ୍ଣୁ ମହାପାତ୍ର ସାହିରେ ଜଣେ ଯୁବକଙ୍କୁ ସାପ କାମୁଡି ଦେବାରୁ ସେ ଗୁରୁତର ହୋଇଥିଲେ । ରାସ୍ତା ଖରାପ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡିକାଲକୁ ଟ୍ରଲିରେ ନିଆଯାଉଥିଲା । ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଗୋପୀନାଥପୁର ଗ୍ରାମର ଶ୍ରୀଧର ମହାପାତ୍ରଙ୍କ ପୁତ୍ର ନିରଞ୍ଜନ ମହାପାତ୍ର  ଭୋରରୁ ଶୌଚ ପାଇଁ ବିଲକୁ ଯାଇଥିଲେ। ତାଙ୍କ ଗୋଡ଼କୁ ଏକ ସାପ କାମୁଡି ଦେଇଥିବାରୁ ସେ ଗୁରୁତର ହୋଇଥିଲେ। ଘରଲୋକ ସୋର ମେଡିକାଲ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ବାଧ୍ୟ ହୋଇ ପରିବାରଲୋକ ଅଧା କିଲୋମିଟର କାଦୁଅ ରାସ୍ତାରେ ଏକ ଟ୍ରଲି ଯୋଗେ ମୁଖ୍ୟ ରାସ୍ତା ହରିପୁର ଛକ ପର୍ଯ୍ୟନ୍ତ ଆଣି ଅନ୍ୟ ଏକ ଗାଡିରେ ସୋର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.