Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସବୁଦିନ ରାତିରେ ହିମାଚଳର ଏହି ଝିଅଟି ପାଖକୁ ଆସନ୍ତି ନାଗରାଜ : ଆଶ୍ଚର୍ଯ୍ୟ କରିଦେବ ୧୦୦ବର୍ଷ ପୁରୁଣା ନାଗସାପ ଏବଂ ଏହି ଝିଅର ପ୍ରେମ କାହାଣୀ

14/01/2019 at 12:28 PM

ଶିଲାଇ ୧୪/୧: ଏହା ଏକ ସାପ ଏବଂ  ୧୭ବର୍ଷ ଝିଅର ପ୍ରେମ କାହାଣୀ। ହିମାଚଳ ପ୍ରଦେଶରେ ରହୁଥିବା ଝିଅର ନାଁ ମନୀଷା। ମନୀଷାଙ୍କ ଶରୀରରେ ୩୪ଟି ସାପ କାମୁଡ଼ାର ଚିହ୍ନ ରହିଛି। ମନୀଷାଙ୍କ କହିବା ଅନୁସାରେ ସାପ ଦଂଶନ କଲେ ତାଙ୍କୁ ଆନନ୍ଦ ମିଳିଥାଏ। ତାଙ୍କୁ ଲାଗେ ସେ ବି ନାଗୁଣୀ ହୋଇଯାଇଛନ୍ତି। ସେ ସମ୍ମୋହିତ ହୋଇଯାଆନ୍ତି। ସେ କହନ୍ତି-“ ଯଦି କେହି ଅନ୍ୟ ପୁରୁଷ ମୋ ପାଖକୁ ଆସିଥାଏ ତେବେ ମୋ ନାଗ ଦେବତା ରାଗି ଯାଇଥାନ୍ତି। ନାଗ ଦେବତା ମୋତେ ନୂଆ ଲୁଗା ପିନ୍ଧିବାକୁ ଦିଅନ୍ତି ନାହିଁ।’’

  ମନୀଷାଙ୍କ ଶରୀରରେ ୩୪ଟି ସାପ କାମୁଡ଼ାର ଚିହ୍ନ ରହିଛି ବୋଲି ଡାକ୍ତରମାନେ ସ୍ବିକାର କରୁଥିଲେ ମଧ୍ୟ ମନୀଷାଙ୍କ କାହାଣୀକୁ ବିଶ୍ବାସ କରୁନାହାନ୍ତି। ନାଗ ଏବଂ ନାଗୁଣୀର କାହାଣୀ ଆମେ ସମସ୍ତେ ଫିଲ୍ମ, ଧାରାବାହିକ ବ୍ୟତୀତ ପୁସ୍ତକରେ ମଧ୍ୟ ପଢ଼ିଛୁ।

ନାଗ ସାପଟି ମନୀଷାଙ୍କୁ ମାସରେ ୪/୫ଥର ଏବଂ କେବେ କେବେ ଦିନରେ ୨/୩ଥର ମଧ୍ୟ କାମୁଡ଼ିଛି। କିନ୍ତୁ ମନୀଷାଙ୍କୁ ଏହା କିଛି ପ୍ରଭାବ ପକାଇନଥାଏ। ସେ ମଧ୍ୟ ସାପକୁ ଭୟ କରି ନଥାନ୍ତି।

ମନୀଷାଙ୍କ କହିବା ଅନୁସାରେ ‘‘ଯଦି କେହି ମୋତେ ପ୍ରପୋଜ କରିଥାଏ  କିମ୍ବା ବନ୍ଧୁତା ସ୍ଥାପନ କରିବାକୁ ଚାହିଁଥାଏ ତେବେ ନାଗସାପ ରାଗିଯାଇଥାଏ। ମୁଁ ନୂଆ ଲୁଗା ପିନ୍ଧିଲେ କିମ୍ବା ବେଶୀ ଖୁସି ହେଲେ ନାଗ ସାପ ପସନ୍ଦ କରିନଥାନ୍ତି। ଯଦି ଏପରି କିଛି ହୋଇଥାଏ ତେବେ ନାଗଦେବତା ହଠାତ୍ ପ୍ରକଟ ହୋଇଯାଆନ୍ତି ଏବଂ ମୁଁ ତାଙ୍କୁ ଦେଖି ସମ୍ମୋହିତ ହୋଇଯାଏ। ମୋତେ ତାଙ୍କ ଛଡ଼ା ଆଉ କିଛି ଦେଖାଯାଏ ନାହିଁ। ସେ ହଠାତ୍ ମୋତେ ଦଂଶନ କରି ଚାଲିଯାଆନ୍ତି। ଶରୀରରେ ସାପ କାମୁଡ଼ାର ଚିହ୍ନ ଥାଏ କିନ୍ତୁ ବିଷ ନଥାଏ।’’

କିନ୍ତୁ ଏହି ସାପଟି ମନୀଷାଙ୍କ ଛଡ଼ା ଆଉ କାହାକୁ ଦେଖାଯାଇନଥାଏ। କିନ୍ତୁ ଏହି ସାପଟିକୁ ମନୀଷାଙ୍କ ସାଙ୍ଗ ରବୀନା ଦେଖିଛନ୍ତି। ମନୀଷା ଆହୁରି ମଧ୍ୟ କହିଛନ୍ତି ‘ସାପଟି ମୋତେ ଦଂଶନ କଲେ ମୁଁ ମଧ୍ୟ ନାଗୁଣୀ ହୋଇଯାଇଥାଏ।’’

ମନୀଷାଙ୍କ ପରିବାର ଲୋକେ ତାଙ୍କୁ ଗୁଣିଆ ଦେଖାଇଛନ୍ତି କି ନାହିଁ ପଚରାଯାଇଥିଲା। ସେସବୁ ତାଙ୍କୁ ପସନ୍ଦ ନୁହେଁ ବୋଲି ସେ ଉତ୍ତରରେ କହିଥଲେ। ମନୀଷା କହିଥିଲେ ‘ନାଗସାପଙ୍କ ଦଂଶନ ମୋତେ ଭଲ ଲାଗିଥାଏ। ମୁଁ ତାଙ୍କୁ ବହୁତ ଭଲ ପାଏ।’’ ଗୁଣିଆଙ୍କ କହିବା ଅନୁସାରେ ପୂର୍ବ ଜନ୍ମରେ ମନୀଷାଙ୍କ ନାଗ ସାପଙ୍କ ସହ ସମ୍ପର୍କ ଥିଲା।

   Related Posts