Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସାପ କାମୁଡାରେ ଯୁବତୀ ମୃତ

20/06/2020 at 5:42 PM

ମୈଦଲପୁର, ୨୦|୦୬ :  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବଦଲିଗୁଡା ଗ୍ରାମରେ ଜଣେ ଯୁବତୀ ସାପ କାମୁଡାରେ ପ୍ରାଣ ହରାଇଛନ୍ତି । ଶୁକ୍ରବାର ରାତିରେ ସେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ପକାଇଥିଲା । ଫଳରେ ସେ ମୃତ୍ୟୁବରଣ କରିଥିଲେ ।

ସୂଚନାନୁସାରେ, ଯୁବତୀଜଣଙ୍କ ପରିବାର ଲୋକେ ଚାଷକାମ କରନ୍ତି । ସେମାନେ ଗତ କିଛିଦିନ ଧରି ପାପଡାହାଣ୍ଡି ମାଝିଗୁଡା ପଞ୍ଚାୟତର ଝାଲିଆଗୁଡା ଗ୍ରାମରେ ରହୁଥିଲେ । ଶୁକ୍ରବାର ରାତି ପ୍ରାୟ ୨ଟା ବେଳେ ସେ ଶୋଇଥିବା ବେଳେ ତାଙ୍କ ପିଠିକୁ ଏକ ବିଷଧର ସାପ କାମୁଡି ପକାଇଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସିତ ବେଳେ ଶନିବାର ସକାଳେ ସେ ପ୍ରାଣ ହରାଇଛନ୍ତି । ମୃତ ଯୁବତୀ ହେଲେ ବେଲମତୀ ଜାନୀ ।

ମୃତ୍ୟୁ ଖବର ପାଇ ମୈଦଲପୁର ଫାଣ୍ଡି ଅଧିକାରୀ ହସ୍ପିଟାଲରେ ପହଁଚି ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

   Related Posts