ଦିଲ୍ଲୀ: କୋଭିଡ୍ ସ୍ପେସିଆଲ ଟ୍ରେନରୁ ୪୦ଲକ୍ଷ ଟଙ୍କାର ବେଆଇନ ସିଗାରେଟ୍ ଜବତ, ବାଂଲାଦେଶରୁ ଆସିଥିବା ସନ୍ଦେହ

Published By : Prameya-News7 Bureau | July 08, 2020 IST

ନୂଆଦିଲ୍ଲୀ ୮।୭: ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରେ ଏକ କୋଭିଡ୍ ସ୍ପେଶିଆଲ ଟ୍ରେନରୁ ସୀମା ଶୁଳ୍କ ଅଧିକାରୀମାନେ ବେଆଇନ୍‌ ଭାବେ ଅଣାଯାଇଥିବା ୪୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ୍ ସିଗାରେଟ୍ ଜବତ୍ କରିଛନ୍ତି। କରୋନା ଲକଡାଉନ୍‌ ସମୟରେ ଏହି ଟ୍ରେନ୍‌ ଅମୃତସର ଓ ହାୱଡା ମଧ୍ୟରେ ଚଳାଚଳ କରୁଥିଲା। ଟ୍ରେନ୍‌ର ଗୁଡସ୍‌ ବଗିରେ ଏହି ସିଗାରେଟ୍ ଭରା ପେଟି ରହିଯାଇଥିଲା।

{"id":297816,"sizeSlug":"large"}

ଜବତ ଶିଗାରେଟ୍ ପ୍ୟାରିସ୍‌ ବ୍ରାଣ୍ଡନେମର। ଭାରତରେ ଏପରି ବ୍ରାଣ୍ଡର ସିଗାରେଟ୍ ନାହିଁ। ଏଣୁ ବାଂଲାଦେଶରୁ ଚୋରାରେ ଅଣାଯାଇ ସିଗାରେଟ୍ ଯୋଗାଣ କରାଯାଉଥିଲା ବୋଲି ସୀମା ଶୁଳ୍କ ଅଧିକାରୀମାନେ ସନ୍ଦେହ କରିଛନ୍ତି । କରୋନା ଲକଡାନଉନ୍‌ ଯୋଗୁ ଦୋକାନ ବଜାର ବନ୍ଦ ରହିବା କାରଣରୁ ଷ୍ଟେସନକୁ ଏହି ପେଟି ନେବାକୁ କେହି ଆସିନଥିଲେ। ଏଣୁ ଗୁଡସ୍‌ ଭ୍ୟାନରେ ସମସ୍ତଙ୍କ ଅଣଦେଖାରେ ସିଗାରେଟ୍ ପେଟି ରହିଯାଇଥିବାର ସନ୍ଦେହ କରାଯାଉଛି।

{"id":297817,"width":579,"height":324,"sizeSlug":"large"}

ମାମଲାରେ କାହାର ସମ୍ପୃକ୍ତି ଜଣାପଡି ନାହିଁ। ଏଣୁ କେହି ଗିରଫ ହୋଇ ନାହାନ୍ତି।  ତେବେ ବାଂଲାଦେଶରୁ ଚୋରାରେ ଏପରି ମାଦକଦ୍ରବ୍ୟ ଅଣାଯାଇ ଦେଶର ବଜାରରେ ବିକ୍ରି କରାଯାଉଥିବାର ସନ୍ଦେହ ଏଥିରୁ ସ୍ପଷ୍ଟ ହୋଇଛି। ହୁଏତ ଏହି ଟ୍ରେନ୍‌ରେ ଏଭଳି ନିୟମିତ ସିଗାରେଟ୍ ତସ୍କରୀ କରାଯାଉଥିଲା ବୋଲି ସୀମା ଶୁଳ୍କ ଅଧିକାରୀମାନେ ସନ୍ଦେହ କରିଛନ୍ତି। ଯାହା ବାଂଲାଦେଶରୁ ଚୋରାରେ ହାୱଡା ପହଞ୍ଚା ଯାଉଛି। ଏଥିରୁ ଏବେ ଏଭଳି ସାମଗ୍ରୀ କାରବାରର ଚେର ଖୋଜିବା ଆରମ୍ଭ କରିଛନ୍ତି ସୀମା ଶୁଲ୍କ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.