Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱର ବିମାନବନ୍ଦରରୁ ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଜବତ

31/08/2018 at 1:49 AM

ଭୁବନେଶ୍ୱର  ୩୧|୮:  ସୁନା ସ୍ମଗଲରଙ୍କ ପାଇଁ ଭୁବନେଶ୍ବ୍ବର ବିମାନ ବନ୍ଦର ଯେମିତି ସବୁଠୁ ସୁବିଧା ବାଟ ପାଲଟିଛି । ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ହୋଇଛି । ଏୟାର ଏସିଆ ବିମାନ ଏକେ୩୧ରେ କ୍ବାଲାଲମପୁରରୁ ଆସୁଥିବା ଦୁଇଜଣ ଯାତ୍ରୀଙ୍କଠାରୁ ଜବତ ହୋଇଛି ସୁନା । ସୁନା ଚୋରା ଚାଲାଣ ପାଇଁ ସ୍ମଗଲର ମାନେ ପ୍ରତିଥର ଭିନ୍ନ ଭିନ୍ନ ବାଟ ଆପଣାଇଥାନ୍ତି । ଏଥର ଯାତ୍ରୀଙ୍କ ଟ୍ରଲି ବ୍ୟାଗ୍ ଚକାରେ ଲାଗିଥିବା ୪ଟି ଚକ ଆକୃତିର ସୁନାକୁ ଜବତ କରାଯାଇଛି  । ଏହାର ଓଜନ ୩୪୦.୦୭୦ଗ୍ରାମ । ସୁନାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ସୂଚନା ମିଳିଛି । ସୁନାକୁ ଜବତ କରି ଦୁଇ ଜଣ ସ୍ମଗଲରଙ୍କୁ ଅଟକ ରଖିଛି ବହିଃଶୁଳ୍କ ବିଭାଗ ।ଅଟକ ଦୁଇଜଣ ଚେନ୍ନାଇର ବୋଲି ଜଣାପଡିଛି । ଆଗରୁ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରେ ଏକାଧିକ ଥର ସୁନା ସ୍ମଗଲର ଧରା ପଡିଛନ୍ତି ।

   Related Posts