ରେଲଓ୍ବ ଷ୍ଟେସନରୁ ୭.୩ କେଜି ସୁନା ଜବତ, ଦୁଇ ଗିରଫ

Published By : Prameya-News7 Bureau | December 29, 2019 IST

କୋଲକତା ୨୯।୧୨: ରେଲଓ୍ବେ ଷ୍ଟେସନରୁ ଜବତ ହେଲା ସୁନା । ନ୍ୟୁ ଫରକ୍କା ଜଙ୍କସନ୍ ରେଲଓ୍ବେ ଷ୍ଟେସନରୁ ୭.୩ କିଲୋଗ୍ରାମ ସୁନା ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ଡିଆରଆଇ । ଜବତ ସୁନାର ଆନୁମାନିକ ମୂଲ୍ୟ ୨.୮୪ କୋଟି ଟଙ୍କା ବୋଲି ଜଣାପଡିଛି । ସୁନା ସ୍ମଗଲିଂ ନେଇଡିଆରଆଇ ଅଧିକାରୀ ସୂଚନା ପାଇବା ପରେ ଚଢାଉ କରାଯାଇଥିଲା । ସନ୍ଦେହରେଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଦୁଇ ଜଣଙ୍କୁ ଅଟକାଇଥିଲା ପୋଲିସ । ଅଟକ ଦୁଇ ଜଣ ନ୍ୟୁ ଫରକ୍କା ଜଙ୍କସନ୍ ରେ ଓହ୍ଲାଇବାର ଥିଲା ।

ସେମାନଙ୍କୁ ଡିଆରଆଇ ଅଧିକାରୀ ଅଟକାଇ ପଚରାଉଚରା କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସୁନା ସ୍ମଗଲିଂ ପାଇଁ କୋଲକତା ନିଆଯାଉଥିଲା ସୁନା । ଅଟକ ଦୁଇ ଜଣଙ୍କୁ ବହିଃଶୁଳ୍କ ଆଇନ ଅନୁଯାୟୀ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.