କଂଗ୍ରେସରୁ ଇସ୍ତଫା ଦେଲେ ସ୍ମୃତିରେଖା ପହି

Published By : Prameya-News7 Bureau | April 06, 2021 IST

ଭୁବନେଶ୍ବର ୬।୪: କଂଗ୍ରେସରୁ ଇସ୍ତଫା ଦେଲେ ସ୍ମୃତିରେଖା ପହି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ଧର୍ମଶାଳାରୁ ଲଢିଥିଲେ ସ୍ମୃତିରେଖା ପହି । କଂଗ୍ରେସ ଦିନକୁ ଦିନ ତଳକୁ ଯାଉଛି । ତେଣୁ ଦଳ ଉପରେ ଭରଷା ପାଉନାହିଁ । ଧର୍ମଶାଳାରେ ଅନେକ ସମସ୍ୟା ପ୍ରସଙ୍ଗରେ ଦଳର ସହଯୋଗ ମିଳିଲା ନାହିଁ । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।

{"id":434129,"sizeSlug":"large","linkDestination":"none"}
{"id":434130,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.