ଟିକେଟ କଟିବା ପରେ ଧର୍ମଶାଳା ପ୍ରାର୍ଥୀ ସ୍ମୃତିରେଖା ପହି ନିରଞ୍ଜନଙ୍କୁ ପ୍ରଥମେ ମୁଣ୍ଡିଆ ମାରିଲେ ଆଉ ତା’ପରେ ଧମକେଇ ମାଗିଲେ ଜବାବ…

Published By : Prameya-News7 Bureau | April 07, 2019 IST

ଭୁବନେଶ୍ବର୭|୪(ଲକ୍ଷ୍ମୀଧର ମହାପାତ୍ର): ଧର୍ମଶାଳା ଆସନରୁ ଟିକେଟ କଟିବାପରେ ଆଜି ସ୍ମତିରେଖା ନିରଂଜନଙ୍କ ନୟାପଲ୍ଲୀସ୍ଥିତ ବାସଭବନ ବାହାରେ ଅପେକ୍ଷା କରିଥିଲେ ।

{"id":101262}

ଯେମିତି ନିରଂଜନ ବାହାରକୁ ବାହାରିଛନ୍ତି ସ୍ମୃତିରେଖା ଯାଇ ତାଙ୍କ ପାଦ ଛୁଇଁ ପ୍ରଣାମ ହବା ସହ ଏକଦମ ଚାର୍ଜ କଲାଭଳି ନିରଂଜନଙ୍କୁ ପଚାରିଲେ-

 “ଭୁଲ କୋଉଠି ରହିଲା,

କାହିଁକି କାଟିଲେ ମୋ ଟିକେଟ”?

 ଏମିତି ପ୍ରଶ୍ନରେ ହତବାକ ନିରଂଜନ କହିଲେ-

 “ମୁଁ କାଟିନି ତମ ଟିକେଟ”…

ତାପରେ କାଉଣ୍ଟର ଆଟାକ କଲେ ସ୍ମୃତିରେଖା । କହିଲେ-

‘ ମୁଁ ଦେଖିଛି, ଆପଣ ସାଇନ କରିଛନ୍ତି’  

ଏମିତି ଚାର୍ଜ ଆଉ ଆଗ୍ରେସିଭ କଥାବାର୍ତ୍ତାରେ ନିରଂଜନ ପୁରା ଚୁପ୍‌, ଉତ୍ତର ନଥିଲା ତାଙ୍କ ପାଖରେ । ଏପଟେ ସ୍ମୃତିରେଖାଙ୍କ ଆଖିରୁ ଧାରଧାର ହୋଇ ଗଡିଯାଉଥିଲା ଲୁହ । ଚିତ୍କାର କରି କହିଲେ-

‘ ୨ ଲକ୍ଷ ଲୋକଙ୍କୁ ମୁଁ ଏବେ କେମିତି ମୁହଁ ଦେଖାଇବି ? ’

ତଥାପି ଚୁପ ରହିଥିଲେ ନିରଞ୍ଜନ । ଶେଷରେ କେବଳ ଏତିକି କହିଥିଲେ-

‘ହଉ ଦେଖିବା କଣ ହୋଇଛି’ …

ଏଥର ଆହତ ବାଘୁଣୀ ଭଳି ଗର୍ଜିବା ଆରମ୍ଭ କରିଦେଇଥିଲେ ସ୍ମତିରେଖା । ନିରଂଜନ ହତବମ୍ବ ହୋଇ ସେଠାରୁ ଚାଲିଯାଇଥିଲେ ।  

{"id":101257}

ଟିକେଟ ଘୋଷଣା ସରିଲା । ହେଲେ ଅଡୁଆ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଧର୍ମଶାଳା ଟିକେଟ୍‌ ପରିବର୍ତ୍ତନକୁ ନେଇ ପୂର୍ବରୁ ଟିକେଟ ପାଇଥିବା ସ୍ମୃତିରେଖା ପହି ସଭାପତିଙ୍କ ଘରେ ଆଜି ହରତାଳ କରିଛନ୍ତି। ସିଧାସଳଖ ଆଙ୍ଗୁଠି ଦେଖାଇ କୋହ ତମତମ ହୋଇ ନିରଞ୍ଜନଙ୍କୁ ଜବାବ ତଲବ କରିଛନ୍ତି । ପ୍ରଥମେ ନିରଂଜନଙ୍କ ପାଦଛୁଇଁଲେ ତାପରେ ବର୍ଷିବା ଆରମ୍ଭ କରିଦେଲେ ସ୍ମୃତିରେଖା । ହେଲେ ଧର୍ମଶାଳାରୁ ସ୍ମୃତିରେଖାଙ୍କ ଟିକେଟ କଣ ପାଇଁ ଏଆଇସିସି କାଟିଲା ତାର ଉତ୍ତର ପିସିସି ସଭାପତିଙ୍କ ପାଖରେ ନାହିଁ।

{"id":101258}

‌ ସୂଚନାଯୋଗ୍ୟ ଯେ, ଧର୍ମଶାଳା ପ୍ରାର୍ଥିୀ ସ୍ମୃତିରେଖା ପହି କଂଗ୍ରେସରୁ  ଟିକେଟ୍‌ ପାଇ ନାମାଙ୍କନ ପତ୍ର ଦାଖଲ କରିସାରିଥିବାବେ​‌ଳେ ଆଜି କଂଗ୍ରେସ ତାଙ୍କ ବଦଳରେ କିଷାନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ଯାହାକୁ କେନ୍ଦ୍ର କରି ପିସିସି ସଭାପତିଙ୍କ ବାସଭବନରେ ସ୍ମୃତିରେଖା ପହିଙ୍କ ସହିତ ତାଙ୍କ ସମର୍ଥକ ମାନେ ହୋହଲ୍ଲା କରିଥିଲେ।

{"id":101259}

ପୁଣିଏପଟେ ସ୍ମୃତିରେଖାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ଅନଶନରେ ବସିଥିବା ମୂଳ କଂଗ୍ରେସ କର୍ମୀ ଟିକେଟ ପାଇ ଖୁସ୍। ​‌ପୁରୁଣା କଂଗ୍ରେସ କର୍ମୀଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଷାନ ପଣ୍ଡା। ନାମାଙ୍କନ ପତ୍ର ଦାଖଲ କରିସାରିଥିଲେ ସୁଦ୍ଧା ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କର ଟିକେଟ କାହିଁକି କଟିଲା ସେ ନେଇ ସଭାପତିଙ୍କ ପାଖରେ ଉତ୍ତର ନାହିଁ। ଏଆଇସିସି କାହିକିଁ ତାଙ୍କ ଟିକେଟ କାଟିଲା ସେ ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି ପିସିସି ସଭାପତି।

wp:core-embed/youtube {"url":"https://www.youtube.com/watch?v=xu-n6fQXi1s","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=xu-n6fQXi1s
/wp:core-embed/youtube {"id":101260}

ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣଙ୍କୁ ଆଉ ମାତ୍ର ତିନି ଦିନ ଥିବାବେଳେ କଂଗ୍ରେସ ଟିକେଟ ସିନା ଘୋଷଣା କରିଦେଇଛି, ହେଲେ ଟି​କେଟ ବଣ୍ଟା ଟେନସନରୁ ବାହାରି ପାରୁନି। 

{"id":101261}

ଏପଟେ ଭଦ୍ରକରୁ ଟିକେଟ ଆଶା ରଖିଥିବା ମହିଳା କଂଗ୍ରେସ ସଭାନେତ୍ରୀ ଆସନ୍ତାକାଲି ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ମହିଳା କଂଗ୍ରେସ ସଭାନେତ୍ରୀ ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଭଦ୍ରକରୁ ସେ ଆଶାୟୀ ଥିବାବେଳେ ତାଙ୍କୁ ମଧ୍ୟ ଶେଷରେ ଟିକେଟ୍‌ ମିଳିଲା ନାହିଁ। ଯେଉଁଥିପାଇଁ ଆସନ୍ତାକାଲି ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.