ନୂଆଦିଲ୍ଲୀ ୨୨।୬: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଦେଶରେ କରୋନା ପ୍ରବନ୍ଧନ ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ପରାମର୍ଶ ମଧ୍ୟ ଦେଇଥିଲେ। ଏବେ ବିଜେପି ନେତାମାନେ ଜଣକ ପରେ ଜଣେ ରାହୁଲଙ୍କୁ ପ୍ରତି ଆକ୍ରମଣ କରୁଛନ୍ତି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ଆମେଥି ସାଂସଦ ସ୍ମୃତି ଇରାନୀ ରାହୁଲଙ୍କୁ ‘ଜ୍ଞାନୀ ବାବା’ ବୋଲି କହିଛନ୍ତି। ଏ ନେଇ ସ୍ମୃତି ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଜ୍ଞାନର ମୋତି ବାଣ୍ଟୁଥିବା ଜ୍ଞାନୀ ବାବା କରୋନାକୁ ନେଇ ମାମଲାରେ ଆତ୍ମ ନିରିକ୍ଷଣ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।
ଏଥିରେ ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରଥମେ କେଉଁ ରାଜ୍ୟମାନଙ୍କରେ ଆସିଥିଲା ବୋଲି ସ୍ମୃତି ରାହୁଲଙ୍କୁ ପ୍ରଶ୍ନ କରିଥିବା ବେଳେ କେଉଁ ରାଜ୍ୟରେ ଅଧିକ କରୋନା ମୃତ୍ୟୁ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଟିକାକରଣ ମାମଲାରେ କେଉଁ ରାଜ୍ୟଙ୍କ ପ୍ରଦର୍ଶନ ସବୁଠୁ ଖରାପ ସେ ନେଇ ରାହୁଲଙ୍କର କିଛି ଧାରଣା ଅଛି କି ନା ବୋଲି ସେ ଜାଣିବାକୁ ଚାହିଁଛନ୍ତି। ସ୍ମୃତି ତାଙ୍କ ଟ୍ୱିଟରେ କଂଗ୍ରେସ ଶାସିତ ରାଜ୍ୟରେ ହିଁ କରୋନା ଦ୍ୱିତୀୟ ଲହର ପ୍ରଥମେ ପ୍ରକୋପ କରିଥିବା ଓ ସେହି ସବୁ ରାଜ୍ୟମାନଙ୍କରେ ହିଁ ଅଧିକ କରୋନା ମୃତ୍ୟୁ ହୋଇଥିବା ରାହୁଲଙ୍କୁ ଉଲ୍ଲେଖ କରିଛନ୍ତି।
wp:embed {"url":"https://twitter.com/smritiirani/status/1407236951279800323","type":"rich","providerNameSlug":"twitter","responsive":true,"className":""} /wp:embedକେବଳ କଂଗ୍ରେସ ଶାସିତ ରାଜ୍ୟଙ୍କ ଲାଗି ଦେଶ କରୋନାରେ ବିଶ୍ୱ ରେକର୍ଡ କଲା ବୋଲି ମଧ୍ୟ ଉଲ୍ଲେଖ କରିବାକୁ ସ୍ମୃତି ପଛେଇ ନାହାନ୍ତି। ଏଣୁ ରାହୁଲ କରୋନାକୁ ନେଇ ପ୍ରଥମେ ଦୋଷ ଦେବା ପୂର୍ବରୁ ଆଗ ଆତ୍ମ ନିରିକ୍ଷଣ କରନ୍ତୁ ବୋଲି ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। କରୋନା ଦ୍ୱିତୀୟ ଲହର କାଳରେ ଯେଉଁ ରାଜ୍ୟମାନଙ୍କରେ ଆଷ୍ଟ୍ରୋନମିକାଲ ପଜିଟିଭିଟି ହାର ଅଧିକ ଥିଲା ସେଗୁଡିକ ମଧ୍ୟ କଂଗ୍ରେସ ଶାସିତ ରାଜ୍ୟ ବୋଲି ସ୍ମୃତି ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ସେହିପରି କିଏ ପ୍ରଥମେ ବିକେନ୍ଦ୍ରିକରଣର ଦାବି କରିଥିଲେ ଓ ପରେ ୟୁ-ଟର୍ଣ୍ଣ ନେଇଥିଲେ ନିଶ୍ଚିତ ରୂପେ କଂଗ୍ରେସ ଶାସିତ ରାଜ୍ୟ । ଟିକାକରଣରେ କଂଗ୍ରେସ ଶାସିତ ରାଜ୍ୟଙ୍କ ପ୍ରଦର୍ଶନ ଏବେବି ଏତେ ଉତ୍ସାହଜନକ ନୁହେଁ ବୋଲି ସେ ଉଲ୍ଲେଖ କରିଥିବା ବେଳେ ପରିସ୍ଥିତି ଲାଗି ସବୁ ବେଳେ ସରକାରଙ୍କୁ ଦୋଷ ଦିଆଯାଇ ନ ପାରେ ବୋଲି ସଫାସଫା କହିଛନ୍ତି। ଦୀପ ତଳ ଅନ୍ଧାର ଏଥିରୁ ଯଦି ଜ୍ଞାନୀ ବାବା କିଛି ବୁଝନ୍ତି ତେବେ ନିଶ୍ଚିତ ବୁଝି ଯାଆନ୍ତୁ ବୋଲି ସ୍ମୃତି ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି।