ବିଲ୍ ଗେଟସଙ୍କ ସହ ଫଟୋ ସେୟାର କଲେ ସ୍ମୃତି ଈରାନୀ : ଏହି କାରଣ ଯୋଗୁଁ କ୍ୟାପସନରେ ନିଜକୁ କଲେ ଥଟ୍ଟା

Published By : Prameya-News7 Bureau | November 20, 2019 IST

ନୂଆଦିଲ୍ଲୀ ୨୦/୧୧: ସ୍ମୃତି ଈରାନୀ ଗତ ସୋମବାର ଇନଷ୍ଟାଗ୍ରାମରେ କୋଟିପତି ଏବଂ ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍ ଗେଟସଙ୍କ ସହ ଏକ ଫଟୋ ସେୟାର କରିଥିଲେ। କିନ୍ତୁ ଅସଲରେ କାହାଣୀ ଏୟା ନୁହେଁ। ପୋଷ୍ଟର କ୍ୟାପ୍ସନରେ ସ୍ମୃତି ନିଜର ଶିକ୍ଷାଗତ ପୃଷ୍ଠଭୂମି ବିଷୟରେ ପରିହାସ କରିଥିଲେ, ଯାହା ଫଳରେ ଟ୍ରୋଲ୍ସଙ୍କୁ ଉଚିତ୍ ଉତ୍ତର ମିଳିପାରିବ।

ଫଟୋରେ ସ୍ମୃତି ଏବଂ ବିଲ୍ ଗେଟସ୍ କଥା ହେଉଥିବା ନଜର ଆସିଛନ୍ତି। ସେ ହିନ୍ଦୀରେ କ୍ୟାପ୍ସନ୍ ଲେଖିଛନ୍ତି ,‘ ଭାବୁଛି ପାଠ ଶେଷ କରିନାହିଁ, ଆଗକୁ କ’ଣ କରିବା।’

ସ୍ମୃତି ଈରାନୀ ନିଜର ଶିକ୍ଷାଗତ ଯୋଗ୍ୟତା ପାଇଁ ଟ୍ରୋଲର୍ସଙ୍କ ଟାର୍ଗେଟରେ ରହିଛନ୍ତି। ବିଜେପି ସତ୍ତାରେ ଆସିବା ପରେ ୨୦୧୪ମସିହାରେ କେନ୍ଦ୍ର ମାନବ ସଂସାଧନ ବିକାଶ ମନ୍ତ୍ରୀ ହେବା ପରେ ସୋଶିଆଲ ମିଡିଆ ୟୁଜର୍ସ ତାଙ୍କ ଶିକ୍ଷା ଉପରେ ପ୍ରଶ୍ନ ଉଠାଇଥିଲେ। ଆଉ ଏକ ଖାସ୍ କଥା ହେଉଛି, ବିଲ୍ ଗେଟସ୍ ମଧ୍ୟ କଲେଜ ଡ୍ରପଆଉଟ୍ କିନ୍ତୁ ଏବେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ।

{"id":187125,"width":589,"height":278,"sizeSlug":"large"}

ସ୍ମୃତି ଇରାନୀ ଏବେ ଉତ୍ତରପ୍ରଦେଶର ଆମେଠୀରେ ଲୋକସଭା ସଦସ୍ୟ ଏବଂ କେନ୍ଦ୍ରର ଏନଡିଏ ସରକାରରେ ବସ୍ତ୍ର ଏବଂ ମହିଳା ବାଳ ବିକାଶ ମନ୍ତ୍ରୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.