ରାହୁଲ ଗାନ୍ଧୀଙ୍କ ହରାଇବା ପାଇଁ ମାନସିକ ରଖିଥିଲେ ସ୍ମୃତି ! ୧୪ କି:ମି: ଖାଲି ପାଦରେ ଚାଲି ଚାଲି ଗଲେ ସିଦ୍ଧି ବିନାୟକ ମନ୍ଦିର
28/05/2019 at 4:47 PM

ନୂଆଦିଲ୍ଲୀ ୨୮/୫ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉତ୍ତର ପ୍ରଦେଶ ଆମେଥି ଲୋକସଭା ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇ ନିଜେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବିଜୟ ପରେ ସ୍ମୃତି ୧୪ କି:ମି: ଚାଲି ଚାଲି ସିଦ୍ଧି ବିନାୟକ ମନ୍ଦିର ଦର୍ଶନ କରିବା ପାଇଁ ପହଂଚିଥିଲେ । ଘଟଣା ସମ୍ପର୍କରେ ସ୍ମୃତିଙ୍କ ବନ୍ଧୁ ତଥା ଟିଭି ସିରିଏଲ ପ୍ରଯୋଜକ ଏକତା କପୁର ଦେଇଥିଲେ । ଏକତା କପୁର ଇନ୍ସଟାଗ୍ରାମରେ ସ୍ମୃତିଙ୍କ ସଂଗେ ଏକ ଫଟୋ ପୋଷ୍ଟ କରିଛନ୍ତି ।

ଫଟୋ ପୋଷ୍ଟ କରି ଏକତା ଲେଖିଛନ୍ତି ଯେ, ସ୍ମୃତି ୧୪ କି:ମି ଖାଲି ପାଦରେ ଚାଲି ଚାଲି ସିଦ୍ଧି ବିନାୟକ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ଏକତା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏକତା ଏ ସମ୍ପର୍କରେ ସ୍ମୃତିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମାନସିକ ପୁରା ହୋଇଯାଇଛି ।

ଏକତା କପୁରଙ୍କ ଏହି ଭିଡିଓରେ ସ୍ମୃତି ଗାଡିର ଆଗ ସିଟରେ ବସିଛନ୍ତି । ପଛ ସିଟରେ ଏକତା କପୁର ବସି ଭିଡିଓ ରେକଡିଂ କରିଛନ୍ତି ।
ଏକତା ଭିଡିଓରେ କହିଛନ୍ତି ଯେ, ଏକ ବିଶେଷ ମାନସିକ ପୁରା ହୋଇଥିବାରୁ ସ୍ମୃତି ସିଦ୍ଧି ବିନାୟକ ଦର୍ଶନ କରିବାକୁ ଯାଇଥିଲେ । କିନ୍ତୁ କେଉଁ ମାନସିକ ପୁରା ହେବାରୁ ସ୍ମୃତି ମନ୍ଦିର ଯାଇଥିଲେ ତାହା ସେ କହିନାହାନ୍ତି । ତେବେ ଲୋକସଭା ନିର୍ବାଚନରେ ବିଜେପିକୁ ମିଳିଥିବା ବିପୁଳ ବିଜୟ ଠାରୁ ମଧ୍ୟ ଆଉ ଏକ ଖୁସି ରହିଛି ସ୍ମୃତିଙ୍କ ପାଇଁ । ଆମେଥିରୁ ରାହୁଲ ଗାନ୍ଧୀଙ୍କୁ ହରାଇ ସେ ରେକର୍ଡ କରିଛନ୍ତି । ଏହା ତାଙ୍କ ପାଇଁ ସବୁଠାରୁ ବଡ ଖୁସି ଖବର ।
ଆମେଥିରେ ଜିତିବା ପରେ ଏକତା କପୁର ଅଲଗା ଅନ୍ଦାଜରେ ସ୍ମୃତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଲେଖିଥିଲେ, “ରିସ୍ତୋଁ କେ ଭି ରୁପ୍ ବଦଲତେ ହେଁ, ନଏ ନଏ ସାଞ୍ଚେ ମେଁ ଢଲତେ ହେଁ, ଏକ ପିଢି ଆତି ହେ, ଏକ ପିଢି ଯାତି ହେ, ବନତି କାହାନି ନଇ…”