Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଟ୍ରାଫିକ ନିୟମ ଉଲଂଘନ କରିବା ନେଇ ସ୍ମୃତିଙ୍କ ନିଆରା ଅନ୍ଦାଜ, କହିଲେ ଏମିତି କଥା…

14/09/2019 at 12:38 PM

ଟ୍ରାଫିକ ନିୟମକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି। ଚାଲାନ କଟାଯାଉଛି। ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁ ହେବା ପରେ ଅଧିକାଂଶ ଲୋକ ସତର୍କ ହୋଇଯାଇଛନ୍ତି।କାରଣ ଟ୍ରାଫିକ ନିୟମ ଉଲଂଘନ କଲେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଛି। ଏଥିପାଇଁ ଟ୍ରାଫିକ ନିୟମ ଉଲଂଘନ କରୁଥିବା ଲୋକଙ୍କ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି। କିଏ ଗାଡି କାଗଜ ପତ୍ର ଯୋଗାଡ କରୁଛି ତ କିଏ ପେଟ୍ରୋଲ ପମ୍ପରେ ପ୍ରଦୂଷଣ ଜାଞ୍ଚ କରାଉଛି। ତେବେ ଟ୍ରାଫିକ ପୋଲିସ ଓ ଚାଲାଣ ସମ୍ପର୍କରେ ଏବେ ବଜେପି ମନ୍ତ୍ରୀ ସ୍ମୃତୀ ଇରାମୀଙ୍କର ଏକ ପୋଷ୍ଟ ଭାଇରାଲ ହେବାର ଲାଗିଛି।

ସ୍ମୃତି ନିଜ ଇନ୍‌ଷ୍ଟାରେ ଗୋଟେ ଷ୍ଟୋରୀ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଦାର୍ଶନିକ ସୁଲଭ ଭାବେଲେଖିଛନ୍ତି ଯେ, ଯେଉଁ ବେଗରେ ଜୀବନ ଦୌଡୁଛି…ମୋ ନାଁରେ ବି ଗୋଟେ ଚାଲାନ କଟିବା କଥା

ଏହି ପୋଷ୍ଟରେ ସେ ଚାଲାଣ ବିଷୟରେ ଲେଖିଥିଲେ। ସେ ଲେଖିଛନ୍ତି ଯେ, ମୋଟର ଭେଇକିଲ ଆକ୍ଟ ଅଧିନିୟମ ପାସ ହେବା ପରେ ନିୟମ ଉଲଂଘନ କରୁଥିବା ଲୋକଙ୍କ ପାଇଁ ଏହା ଏକ ଉଚିତ୍‌ ଶିକ୍ଷା। ସମଗ୍ର ଦେଶରେ ଏହା ସେପଟେମ୍ବର ମାସ ୧ ତାରିଖରୁ ଲାଗୁ ହୋଇଛି। ହେଲେ କିଛି ରାଜ୍ୟ ଏହି ନିୟମ ଲାଗୁ ନକରିବାର ନିଷ୍ପତ୍ତି ନେଇଛନ୍ତି

ନିକଟରେ ଭୁବନେଶ୍ବରରେ ଜଣେ ମଦ ପିଇ ଗାଡି ଚଲାଉଥିବାରୁ ଟ୍ରାଫିକ ନିୟମ ଅନୁସାରେ ଟ୍ରାଫିକ ପୋଲିସ ତାଙ୍କଠୁ ୪୭,୫୦୦ ଜରିମନା ନେଇଛି। ସେମିତି ଗୁରୁଗ୍ରାମରେ ଗୋଟେ ସ୍କୁଟିରୁ ୨୩ହଜାର ଟଙ୍କାର ୫ଟି ଚାଲାଣ କଟାଯାଇଛି। ଚାଳକଙ୍କ ଅନୁସାରେ ତାଙ୍କ ସ୍କୁଟିର ଦାମ ୧୫୦୦୦ଟଙ୍କା ହେବ । କିନ୍ତୁ ଚାଲାଣ ୨୩ ହଜାରର କଟାଯାଇଛି।

ସଡକ ପରିବହନ ମନ୍ତ୍ରୀଙ୍କ ଅନୁସାରେ ଏଯାଏଁ ହରିଆଣାରେ ୩୫୦୦ରୁ ଅଧିକ ଚାଲାଣ କଟାଯାଇଛି ଓ ୫୨ ଲକ୍ଷ ଟଙ୍କାରୁ ଅଧିକ ଜରିମନା ଆଦାୟ କରାଯାଇଛି। ଅପରପକ୍ଷରେ ଓଡିଶାରେ ଏଯାଏଁ ୪୦୦୦ରୁ ଅଧିକ ଚାଲାଣ କଟାଯାଇଛି। ୮୮ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରାଯାଇଛି। ଏହା ସହ ୪୬ଟି ବାହାନ ଜବତ କରାଯାଇଛି।

 

   Related Posts