ସ୍ମୃତି ଇରାନୀ ସେୟାର କଲେ ପୁଅ ଜୋହରର ଏହି ଫଟୋ, ସଲମାନଙ୍କ ଭଳି ପିନ୍ଧିଛନ୍ତି ବ୍ରେସଲେଟ୍

Published By : Prameya-News7 Bureau | September 18, 2019 IST

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପୁଅ ଜୋହର ବଲିଉଡର ଜଣେ ବହୁତ ବଡ ଫ୍ୟାନ୍‌। ଏବେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ସ୍ମୃତି ନିଜ ପୁଅ ସହ ଫଟୋ ସେୟାର କରିଛନ୍ତି। ସ୍ମୃତିଙ୍କ ପୁଅ ଜୋହର ନିଜ ହାତରେ ସଲମାନ ଖାନ ଭଳି ବ୍ରେସଲେଟ ପିନ୍ଧିବାର ଫଟୋରେ ଦେଖାଯାଇଛି। ସେ ସଲମାନଙ୍କର ବହୁତ ବଡ ଫ୍ୟାନ ବୋଲି କହିଛନ୍ତି।

{"id":159327,"width":561,"height":548}

ସ୍ମୃତି ଏବେ ଜଣେ କୁଲ ମାଆ ହେବାର ଚେଷ୍ଟା ଚଲାଇଛନ୍ତି। ଅଧିକାଂଶ ସଲମୟରେ ସେ ନିଜ ପିଲାଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି। ନିକଟରେ ସ୍ମୃତି ସେୟାର କରିଥିବା ଫଟୋରେ ତାଙ୍କର ତିନି ସନ୍ତାନ ଜୋଇସ୍‌, ଶାନେଲ ଓ ଜୋହର ନଜର ଆସିଛନ୍ତି। ଏହି ଫଟୋକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି ଓ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି।

{"id":159328,"width":573,"height":573}

ରାଜନୀତିରେ ପାଦ ଦେବା ପୂର୍ବରୁ ସ୍ମୃତି ପ୍ରଥମେ ଟିଭି ସିରିଏଲ କ୍ୟୁଁକି ସାସ ଭି କଭି ବୋହୂରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ। ସ୍ମୃତିଙ୍କର ନିଜ ଛୁଆ ପିଲାଙ୍କ ସହ ବହୁତ ଭଲ ବଣ୍ଡିଙ୍ଗ ଅଛି। ସେୟାର କରାଯାଇଥିବା ଫଟୋରେ ମଧ୍ୟ ଏହି ବଣ୍ଡିଙ୍ଗ ଦେଖାଯାଉଛି।  

{"id":159329}

ଜୋହରଙ୍କ ହାତରେ ଦବଙ୍ଗ ଖାନ ସଲମାନ ଖାନଙ୍କ ଭଳି ବ୍ରେସଲେଟ ଦେଖି ଦର୍ଶକ ଏହି ବିଷୟରେ ଚର୍ଚ୍ଚା ଚଲାଇଛନ୍ତି। ସଲମାନ ଖାନ ନିଜର ବ୍ରେସଲେଟକୁ ବହୁତ ଲକି ଭାବନ୍ତି। ସେଥିପାଇଁ ସେ ନିଜ ହାତରେ ସେହି ବ୍ରେସଲେଟ ସବୁବେଳେ ପିନ୍ଧନ୍ତି। ସେହି ବ୍ରେସଲେଟ ପିନ୍ଧି ସେ ଅନେକ ଶୁଭ କାର୍ଯ୍ୟର ଆରମ୍ଭ କରନ୍ତି। ତେବେ ଜୋହର ସଲମାନଙ୍କର ବଡ ଫ୍ୟାନ ହୋଇଥିବାରୁ ସେ ଏହା କେବେ ହାତରୁ ଖୋଲନ୍ତି ନାହିଁ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.