ମହା ଖୁଲାସା: ସ୍ମୃତି ଇରାନୀ ଖୋଲିଲେ ସୈଫଙ୍କ ସହ ନିଜର ୨୩ ବର୍ଷ ପୁରୁଣା ରହସ୍ୟ

Published By : Prameya-News7 Bureau | December 19, 2018 IST

wp:heading {"level":5}
ଈଶା ଅମ୍ବାନୀଓ ଆନନ୍ଦ ପୀରାମଲଙ୍କ ବିବାହ ଖୁବ ଚର୍ଚ୍ଚିତ । ବିବାହ ୧୨ ଡିସମ୍ବରରେ ସମ୍ପୂର୍ଣ ହୋଇଛି।ବିବାହରେ ବଲିଉଡ ତାରକା, ରାଜନେତା  ବିଜିନେସ ଟାଇକୁନଙ୍କଠୁଆରମ୍ଭ କରି ସବୁ ବଡ ବଡ ଲୋକ ସାମିଲ ହୋଇଥିଲେ। ଏହି ବିବାହର ଗୋଟେ ଫଟୋ ଏବେ ଖୁବ ଭାଇରାଲ ହୋଇଛି।ଯେଉଁଥିରେ ଭାରତର ବୟନଶୀଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଓ ବଲିଉଡ ଷ୍ଚାର ସୈଫ ଅଲୀ ଖାନଙ୍କୁଏକତ୍ର ସେଲଫି ମୁଦ୍ରାରେ ଦେଖିବାକୁ ମିଳିଛି ।
/wp:heading {"id":65232,"width":571,"height":344}
wp:heading {"level":5}
 ଏହି ଫଟୋଟି ଈଶା ଅମ୍ବାନୀଙ୍କ ବିବାହରେ ଉଠାଯାଇଥିଲା । ସ୍ମୃତି ଇରାନୀ ନିଜେ ଏହି ଫଟୋକୁ ଇଂଷ୍ଟାଗ୍ରାମ ଏକାଉଂଟରେ ସେଆର କରିଥିଲେ। ସେଲ୍ଫି ସହିତ ସ୍ମୃତି ଓ ସୈଫଙ୍କ ୨୩ ବର୍ଷ ପୁରୁଣା ରହସ୍ୟର ଖୁଲାସା ହୋଇଥିଲା। ସ୍ମୃତି ଇରାନୀ କହିଛନ୍ତି ଯେ ଯେତେବେଳେ ସେ କ୍ୟାରି୍ର ପାଇଁ ସଂଘର୍ଷ କରୁଥିଲେ ସେତେବେଳେ  ସୈଫ ଅଲୀ ଖାନ ତାଙ୍କୁ ସଫଳତା ପାଇଁକିଛି ଟିପ୍ସ ଦେଇଥିଲେ। ଯାହା ନିଜ ସପ୍ନ ପୁରା କରିବା ପାଇଁ ଯଥେଷ୍ଟ ଉତ୍ସାହିତ କରିଥିଲା।
/wp:heading wp:heading {"level":5}
 ଏହି ଅଭୁଲା ସ୍ମୃତି ପାଇଁ ସ୍ମୃତି ଇରାନୀ ନିଜ ପୋଷ୍ଟରେ ସୈଫ ଅଲୀ ଖାନଙ୍କୁ ଶୁଭକାମନା ସହିତ ଧନ୍ୟବାଦ ମଧ୍ୟ ଜଣେଇଥିଲେ । ସେଲ୍ଫିରେ ସ୍ମୃତି ଇରାନୀ ଓ ସୈଫ ଅଲୀ ଖାନ ବହୁତ ଖୁସି ଦେଖାଯାଉଥିଲେ।
/wp:heading {"id":65233,"width":559,"height":310}
wp:heading {"level":5}
 ସ୍ମୃତି ଇରାନୀ ରାଜନିତୀକୁ ଆସିବା ପୁର୍ବରୁ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ସେ ଟେଲିଭିଜନଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚିତ ଥିଲେ। ଅନେକ ଧାରାବାହିକରେ କାମ କରିଥିଲେ ମଧ୍ୟ, ସେ ଏକତାକପୁରଙ୍କ “କ୍ୟୁଁକୀ ଶାସ ଭି କଭୀ ବହୁ ଥି” ମଦ୍ୟମରେ ବେଶ ପ୍ରତିଷ୍ଠା ଲାଭ କରିଥିଲେ ।
/wp:heading {"id":65234,"width":559,"height":335}
wp:heading {"level":5}
ପରବର୍ତ୍ତିସମୟରେ ସ୍ମୃତି ଟେଲିଭିଜନ ଦୁନିଆ ଛାଡି ୨୦୦୩ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ବିଜେପିରେ ଯୋଗଦେଇଥିଲେ । ସ୍ମୃତି ପିଲାବେଳୁ ହିଁ ଆରଏସଏସ ସହ ସଂପୃକ୍ତ ଥିଲେ । ୨୦୦୪ ମସିହାରେସ୍ମୃତି ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର ଶାଖା ଯୁବମୋର୍ଚ୍ଚାର ଉପସଭାନେତ୍ରୀ  ଭାବେ ଦାୟିତ୍ବ ନେଇଥିଲେ । ୨୦୦୪ ସାଧାରଣ ନିର୍ବାଚନ ବେଳେ ସେ ଦିଲ୍ଲୀ ଚାନ୍ଦନୀଚୌକ ଆସନରୁ ପ୍ରତିଦ୍ବନ୍ଦ୍ବିତା କରି କପିଲ ଶିବଲଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ସେ ଅମେଠି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ରାହୁଲ ଗାନ୍ଦୀଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ସେ ଗୁଜରାଟରୁ ରାଜ୍ୟସଭା ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ମସିହାରେ ପ୍ରଥମେ ସେ ମାନବ ସମ୍ବଳ ବିକାଶମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ତେବେ କମ ଶିକ୍ଷାଗତ ଯୋଗ୍ୟତା ଥିବା ସ୍ମୃତିଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରୀଦାୟିତ୍ବ ଦେବା ନେଇ ମୋଦି ସରକାର ବିଭିନ୍ନ ସମାଲୋଚନାର ଶିକାର ହୋଇଥିଲେ । ଏବେମୋଦିଙ୍କ କ୍ୟାବିନେଟରେ ସେ ବୟନଶିଳ୍ପ ମନ୍ତ୍ରୀ ଅଛନ୍ତି ।
/wp:heading wp:heading {"level":5}
 ବହୁ ଘାତ ପ୍ରତିଘାତ ସତ୍ତ୍ବେ ଟେଲିଭିଜନରେ ସ୍ମୃତିଙ୍କୁ ଯେଉଁ ପ୍ରତିଷ୍ଠା ମିଳିଥିଲା ତେବେ ରାଜନୀତିରେ ମଧ୍ୟ ସ୍ମୃତି ତାଠାରୁ ଅଧିକ ପ୍ରତିଷ୍ଠା ମିଳିଛି । ତେବେ ସୈଫ୍‌ ତାଙ୍କୁ ସଫଳତାର କି ସୂତ୍ର ଶିଖେଇଥିଲେ ସେ ସମ୍ପର୍କରେ ସ୍ମୃତି କିଛି ସ୍ପଷ୍ଟ କରିନାହାଁନ୍ତି ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.