Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାପାଇଁ ଯାଉଥିବାବେଳେ ଭିଡ ଭିତରେ ଫସିଗଲେ ଆଶା ଭୋଁସଲେ : ଭିଡରୁ ବାହାରିବାରେ ସାହାଯ୍ୟ କଲେ ସ୍ମୃତି ଇରାନୀ

31/05/2019 at 5:26 PM

ନୂଆଦିଲ୍ଲୀ ୩୧/୫ : ନରେନ୍ଦ୍ର ମୋଦି ଗତକାଲି, ଗୁରୁବାର ଦିନ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗତକାଲି ରାଷ୍ଟ୍ରପତି ଭବନରେ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯାଇଥିଲା । ଏହି ସମାରୋହରେ ଦେଶ ତଥା ବିଦେଶର ବହୁ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ । ମୋଦିଙ୍କ ସହ ୫୭ ମନ୍ତ୍ରୀ ମଧ୍ୟ ଗତକାଲି ମନ୍ତ୍ରୀ ପାଦର ଶପଥ ଗ୍ରହଣ ନେଇଛନ୍ତି । ଦେଶ ବିଦେଶରୁ ପାଖାପାଖି ୬ ହଜାର ଅତିଥି ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ ।

ଏହି ସମାରୋହରେ ୮୫ ବର୍ଷ ବୟସ୍କ କଣ୍ଠଶିଳ୍ପୀ ଆଶା ଭୋଁସଲେଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା । ଆଶା ଭୋଁସଲେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ । ସମାରୋହ ଶେଷ ହେଵାପରେ ସେ ରାଷ୍ଟ୍ରପତି ଭବନରୁ ବାହାରିବାବେଳେ ଅଚାନକ ବହୁତ ଭିଡ ଜମା ହୋଇଯାଇଥିଲା । ଭିଡ ପାଇଁ ଆଶା ବାହାରି ପାରିନଥିଲେ । ସେତେବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଶା ଭୋଁସଲେଙ୍କୁ ସାହାଯ୍ୟ କରିଥିଲେ । ଯାହାଫଳରେ ଆଶା ସୁରକ୍ଷିତ ଭାବେ ଭିଡ ଭିତରୁ ବାହାରି ପାରିଥିଲେ । 

ଏ ସମ୍ପର୍କରେ ଆଶା ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଯେ, ଭିଡ ଭିତରେ ସେ ଫସି ରହିଥିବାବେଳେ କେହି ସାହାଯ୍ୟ ପାଇଁ ଆଗକୁ ଆସିନଥିଲେ । କିନ୍ତୁ ସ୍ମୃତି ଇରାନୀ ସଂଗେସଂଗେ ଆସି ତାଙ୍କୁ ଭିଡ ଭିତରୁ ସୁରକ୍ଷିତ ଭାବେ ବାହାରକୁ ବାହାରିବାରେ ସାହାଯ୍ୟ କରିଥିଲେ । ସେ ସ୍ମୃତିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ସ୍ମୃତି ଲୋକଙ୍କୁ ବହୁତ ସାହାଯ୍ୟ କରନ୍ତି, ସେଥିପାଇଁ ସେ ଜିତନ୍ତି ।

   Related Posts