Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ବିବୃତ୍ତି ପରେ ପ୍ରିୟଙ୍କା ଓ ରାହୁଲଙ୍କୁ କଟାକ୍ଷ କଲେ ସ୍ମୃତି ଇରାନୀ, କହିଲେ ‘ଘରେ ପୁଅ ଅଛି କିନ୍ତୁ ଲଢିପାରୁନି’

12/11/2021 at 12:06 PM

ନୂଆଦିଲ୍ଲୀ ୧୨/୧୧: ପୁଣିଥରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ପ୍ରିୟଙ୍କା ଗାନ୍ଧୀ ବିବୃତ୍ତି ପରେ ଟାର୍ଗେଟ କରିଛନ୍ତି ସ୍ମୃତି । ଗତମାସରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦% ସିଟ୍‌ରେ ମହିଳା ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲେ ପ୍ରିୟଙ୍କା ଗାନ୍ଧୀ । ଏଥିସହ ସେ ସ୍ଲୋଗାନ ଦେଇଥିଲେ ‘ଲଡକି ହୁଁ, ଲ‍ଢ ସକତି ହୁଁ’ ।

ହେଲେ ଏହାର ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହାର ଅର୍ଥ, ‘ଘରେ ପୁଅ ଅଛି କିନ୍ତୁ ସେ ଲଢିପାରୁନି’ । ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ମୃତି ଇରାନୀ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ସେ କହିଛନ୍ତି, ନୀତି, ବିକାଶ ଓ ଲୋକତନ୍ତ୍ରକୁ ଆଧାର କରି ଭାଜପା ନିର୍ବାଚନ ମଇଦାନକୁ ଓହ୍ଲାଇବ ।

ପ୍ରିୟଙ୍କା ୪୦% ସିଟ୍‌ରେ କଂଗ୍ରେସ ମହିଳା ପ୍ରାର୍ଥୀ ଛିଡ଼ା କରିବ ବୋଲି କରିଥିବା ଘୋଷଣାକୁ ଟାର୍ଗେଟ କରି ସ୍ମୃତି କହିଛନ୍ତି, ଏହାର ଅର୍ଥ କଂଗ୍ରେସ ମହିଳାଙ୍କୁ ୬୦% ଟିକେଟ ଦେବାକୁ ଚାହୁଁନି। ଏହାଛଡା ସେ କହିଛନ୍ତି, ହାରିବା ଜିତିବା ରାଜନୀତିର ଏକ ଅଂଶବିଶେଷ । ମୁଁ ମଧ୍ୟ ୨୦୧୪ ମସିହାରେ ହାରିଥିଲି । କିନ୍ତୁ ଲୋକମାନଙ୍କୁ ତୁମ ପ୍ରୟାସ ତଥା ଚେଷ୍ଟା ଉପରେ ବିଶ୍ୱାସ ରହିବା ଦରକାର।

ସମାଜର ମହିଳା ନେତ୍ରୀମାନେ କେବଳ ମହିଳାମାନଙ୍କ ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ ନୁହେଁ। ସେମାନେ ସମସ୍ତଙ୍କୁ ସମାନ ଭାବେ ପ୍ରାଧାନ୍ୟ ଦେବା ଉଚିତ । ସେହିପରି ସମାଜବାଦୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି, ଗତ ୩୧ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିଳେଶ କହିଥିଲେ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜବାହାରଲାଲ ନେହରୁ ଓ ମହମ୍ମଦ ଜିନା ବାରିଷ୍ଟର ହେବା ସହ ଦେଶ ପାଇଁ ଲଢ଼ିଥିଲେ।

ଅଖିଳେଶଙ୍କ ଏହି ବୟାନର ଥଟ୍ଟା କରି ସ୍ମୃତି କହିଛନ୍ତି, ସର୍ଦ୍ଦାର ପଟେଲ ଅତୁଳନୀୟ ଥିଲେ । ଦେଶବାସୀଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବାର ଶ୍ରେୟ ତାଙ୍କର । ଆପଣ ଏପରି ବ୍ୟକ୍ତିତ୍ୱଙ୍କ ତୁଳନା ଏପରି ଲୋକଙ୍କ ସହ କରିବାକୁ ଚାହିଁବେ, ଯିଏ କହିଥିଲେ ଚାଲ ଧର୍ମ ଆଧାରରେ ଦେଶକୁ ବିଭାଜିତ କରିବା।

   Related Posts