Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସାଙ୍ଗକୁ ଧୋକା ଦେଇ ସାଂଗର ସ୍ବାମୀଙ୍କୁ ଭଲ ପାଇ ବାହା ହୋଇଥିଲେ ସ୍ମୃତି ଇରାନୀ , ଫିଲ୍ମ କାହାଣୀଠୁ ବି ରୋଚକ …

23/03/2019 at 4:20 PM

ନୂଆଦିଲ୍ଲୀ ୨୩/୩: ଆଜି ବୟନମନ୍ତ୍ରୀ ସ୍ମୃତି ଇରାନୀଙ୍କ ଜନ୍ମଦିନ। ଆପଣ ସମସ୍ତେ​‌ ଜାଣିଥିବେ ସ୍ମୃତିଙ୍କ ନାଁ ପ୍ରଥମେ ସ୍ମୃତି ମାଲହୋତ୍ରା ଥିଲା। ଆଜି ଆମେ ତାଙ୍କ ବିଷୟରେ ଏକ ଗୁରୁତ୍ବପୂର୍ଣ୍ଣ କଥା ଜାଣିବା ଯାହା ଖୁବ୍ କମ୍ ଲୋକ ଜାଣିଥିବେ ।

ସ୍ମୃତି ଇରାନୀ ୧୯୭୬ମସିହା ମାର୍ଚ୍ଚ ୨୩ତାରିଖ ଜନ୍ମ ହୋଇଥିଲେ। ତାଙ୍କୁ ଏବେ ୪୩ ବର୍ଷ। ସେ ପିଲାଦିନୁ ମଡେଲ୍ ହେବାକୁ ଚାହୁଁଥିଲେ। ସେଥିପାଇଁ ସେ ତାଙ୍କ ପିଲାଦିନର ସ୍ବପ୍ନକୁ ପୂରଣ କରିବା ପାଇଁ ଦିଲ୍ଲୀରେ ପାଠପଢ଼ା ସମାପ୍ତ କରି ୨୨ବର୍ଷ ବୟସରେ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ମଡେଲିଂ କରିବା ପରେ ସେ ଟିଭି ଇଣ୍ଡଷ୍ଟ୍ରିକୁ ଆସି ଟିଭି ଶୋରେ କାମ କରିଥିଲେ। ସ୍ମୃତି ମାଲହୋତ୍ରାଙ୍କ ପରିବାର ରୂଢ଼ିବାଦୀ ବିଚାରଧାରା ସମ୍ପନ୍ନ ଥିଲା। ଏଥିପାଇଁ ତାଙ୍କୁ ଘରଲୋକେ ତାଙ୍କ ମଡେଲିଂ କରିବା ପାଇଁ ସହମତି ଦେଉନଥିଲେ। ସେ ନିଜର ମଡେଲ୍ ହେବାର ସ୍ବପ୍ନକୁ ସାକାର କରିବା ପାଇଁ ନିଜ ଘର ଛାଡ଼ି ଦେଇଥିଲେ ଏବଂ ମୁମ୍ବାଇକୁ ଆସି ମଡେଲିଂ କରିବା ଆରମ୍ଭ କରି​‌ଦେଇଥିଲେ।

ସେହି ସମୟରେ ସ୍ମୃତି ମାଲହୋତ୍ରାଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିପାଇଁ ସେ ଏକ ରେଷ୍ଟୁରାଣ୍ଟରେ କାମ କରିଥିଲେ। ରେଷ୍ଟୁରାଣ୍ଟରେ କାମ କରୁଥିବାବେଳେ ସେ ଜଣେ ପାରସୀ ମହିଳାଙ୍କୁ ଭେଟିଥିଲେ। ଏହି ପାରସୀ ମହିଳାଙ୍କ ସହ ସ୍ମୃତିଙ୍କ ଗଭୀର ବନ୍ଧୁତା ସ୍ଥାପନ ହୋଇଥିଲା। ତାଙ୍କ ନାଁ ମୋନା ଈରାନୀ ଥିଲା। ସେ ବହୁତ ଧନୀ ଥିଲେ। ମୋନା ଏକ ବିତ୍ତଶାଳୀ ଘରର ବୋହୂ ଥିଲେ। ତାଙ୍କର ଗୋଟିଏ ଝିଅ ଥିଲେ। ସେ ସମୟରେ ସ୍ମୃତି ଇରାନୀଙ୍କ ଅବସ୍ଥା ଏପରି ଥିଲା ଯେ ଫ୍ଲାଟର ଭଡ଼ା ଦେବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ଅଧିକାଂଶ ସମୟରେ ଫ୍ଲାଟର ଭଡ଼ା ମୋନା ଦେଉଥିଲେ।

ଏହା ପରେ ସ୍ମୃତିଙ୍କୁ ମୋନା ନିଜ ଘରେ ଆଶ୍ରୟ ଦେଇଥିଲେ । କିନ୍ତୁ ତାଙ୍କରି ପାଇଁ ମୋନାଙ୍କୁ ନିଜ ଘରୁ ବାହାରି ଯିବାକୁ ପଡ଼ିଥିଲା। ସ୍ମୃତି ତାଙ୍କ ଘରେ ରହୁଥିବାବେଳେ ମୋନାଙ୍କ ସ୍ବାମୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ ଏବଂ ମୋନାଙ୍କ ସାଂସାରିକ ଜୀବନକୁ ଉଜାଡ଼ି ଦେଇଥିଲେ। ମୋନାଙ୍କ ସ୍ବାମୀ ଜୁବିନ ଇରାନୀ ତାଙ୍କୁ ଛାଡ଼ପତ୍ର ଦେଇ ସ୍ମୃତିଙ୍କୁ ବିବାହ କରିଥିଲେ। ଏହାପରେ ମୋନା ଇରାନୀ ଘରୁ ବାହାରି ଯାଇଥିଲେ। ୨୦୦୧ମସିହାରେ ସ୍ମୃତି ତାଙ୍କୁ ବିବାହ କରିଥିଲେ ଏବଂ ସେହି ବର୍ଷ ତାଙ୍କର ଏକ ପୁଅ ହୋଇଥିଲା ଯାହାର ନାଁ ଜୋହର।    

   Related Posts