ସ୍ମୃତିଙ୍କ ପାଖରୁ କପଡ଼ା ମନ୍ତ୍ରାଳୟ ତ ପିୟୁଷଙ୍କ ପାଖରୁ ଗଲା ରେଳ, ମୋଦୀଙ୍କ କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୭/୦୭: ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ଶେଷ ହୋଇଥିବା ବେଳେ ଏବେ ମନ୍ତ୍ରୀ ପଦ ଅଦଳବଦଳ ଆରମ୍ଭ ହୋଇଯାଇଛି। ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ ଏବେ ଦେଶର ନୂଆ ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ହୋଇଥିବା ବେଳେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ରେଳ ଏବଂ ଆଇଟି ମନ୍ତ୍ରୀ ଭାବେ ଦାୟିତ୍ବ ପାଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଅନ୍ୟ କିଛି ମନ୍ତ୍ରୀଙ୍କ ହାତରୁ ମନ୍ତ୍ରାଳୟ ନିଆଯାଇ ଅନ୍ୟମାନଙ୍କୁ ଦିଆଯାଇଛି। ଧର୍ମେନ୍ଦ୍ରଙ୍କ ପାଖରୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଯାଇଥିବା ବେଳେ ସ୍ମୃତି ଇରାନୀଙ୍କ ହାତରୁ ଯାଇଛି କପଡ଼ା ମନ୍ତ୍ରାଳୟ। ପିୟୁଷ ଗୋୟଲଙ୍କୁ କପଡ଼ା ମନ୍ତ୍ରାଳୟ ଦାୟିତ୍ବ ମିଳିଛି। ଯଦିଓ ସ୍ମୃତିଙ୍କ ହାତରୁ କପଡ଼ା ମନ୍ତ୍ରାଳୟ ଯାଇଛି ଏବେ ସେ କେବଳ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇବେ।

ସେପେଟେ କରୋନା କାଳରେ ବିଶେଷ କରି ମହିଳା ଏବଂ ଶିଶୁ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେବାକୁ ଚାହୁଁଥିବା ବେଳେ ଏହି ବିଭାଗର ମନ୍ତ୍ରୀଙ୍କୁ ଅନ୍ୟ କୌଣସି ଦାୟିତ୍ବରେ ରଖିବାକୁ କେନ୍ଦ୍ର ଭାବୁନାହିଁ। ପିୟୁଷ ଗୋୟଲଙ୍କୁ କପଡ଼ା ମନ୍ତ୍ରାଳୟ ଦାୟିତ୍ବ ସହ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟର ଦାୟିତ୍ବ ମିଳିଛି। କିନ୍ତୁ ତାଙ୍କ ହାତରୁ ରେଳ ମନ୍ତ୍ରାଳୟ ଛଡ଼ାଇ ନେଇଛି କେନ୍ଦ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.