ସୁରେନ୍ଦ୍ର ସିଂହଙ୍କ ଅନ୍ତିମ ଯାତ୍ରାରେ ପହଁଚିଲେ ସ୍ମୃତି ; ପାର୍ଥିବ ଶରୀରକୁ ଦେଲେ କାନ୍ଧ

Published By : Prameya-News7 Bureau | May 26, 2019 IST

ଆମେଥି ୨୬/୫ : ଆମେଥିରେ ବିଜେପି କର୍ମୀ ତଥା ସ୍ମୃତି ଇରାନୀଙ୍କ ନିକଟତମ ସୁରେନ୍ଦ୍ର ସିଂହଙ୍କୁ ହତ୍ୟା କରାଯାଇଛି । ସୁରେନ୍ଦ୍ର ସିଂହଙ୍କ ପୁଅ ଅଭୟ ସିଂହ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କ ପିତାଙ୍କୁ ହତ୍ୟା କରିଛନ୍ତି । ଆମେଥିରୁ ସାଂସଦ ହୋଇଥିବା ସ୍ମୃତି ଇରାନୀ ମୃତ ସୁରେନ୍ଦ୍ର ସିଂହଙ୍କ ପରିବାରକୁ ସାକ୍ଷାତ କରିବାକୁ ଲକ୍ଷ୍ନୌ ଯାଇଥିଲେ । ଶବ ବ୍ୟବଚ୍ଛେଦ ପାଇଁ ସୁରେନ୍ଦ୍ର ସିଂହଙ୍କ ମୃତଦେହକୁ ଲକ୍ଷ୍ନୌ ନିଆଯାଇଥିଲା । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆ ଯାଇଥିଲା । ଏହାପରେ ପରିବାର ଲୋକେ ମୃତଦେହ ଧରି ଆମେଥି ଯାଇଥିଲେ । ସୁରେନ୍ଦ୍ର ସିଂହଙ୍କ ଅନ୍ତିମ ଯାତ୍ରାରେ ସ୍ମୃତି ଇରାନୀ ସାମିଲ ହୋଇଛନ୍ତି । ସେ ସୁରେନ୍ଦ୍ର ସିଂହଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଛନ୍ତି ।

{"id":116215,"width":582,"height":326}

ହତ୍ୟା ଘଟଣାରେ ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି ଯେ, ହତ୍ୟା ମାମଲାରେ ୭ ଜଣଙ୍କୁ ପଚରାଉଚୁରା କରିବା ପାଇଁ ହେପାଜତକୁ ନିଆଯାଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ହତ୍ୟା ମାମଲାର ଖୁଲାସା କରାଯିବ । ପିଇସିର ୩ କମ୍ପାନୀ ନିୟୋଜିତ କରାଯାଇଛି ।

wp:core-embed/twitter {"url":"https://twitter.com/i/status/1132594095334076416","type":"rich","providerNameSlug":"twitter","className":""}
https://twitter.com/i/status/1132594095334076416
/wp:core-embed/twitter

ସୂଚନାଯୋଗ୍ୟ ଯେ, ଆଜି ଭୋରରୁ ସୁରେନ୍ଦ୍ରଙ୍କ ବରୋଲିଆ ସ୍ଥିତ ବାସଭବନରେ କେତେକ ଅଜ୍ଞାତ ବ୍ୟକ୍ତି ଧସେଇ ପଶିବା ସହ ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ । ପରେ ତାଙ୍କୁ KGMU ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.