ସୁରେନ୍ଦ୍ର ସିଂହଙ୍କ ପରିବାର ପ୍ରତି ସ୍ମୃତିଙ୍କ ଅତୁଟ ସହାନୁଭୂତି : ପୁଅକୁ କହିଲେ ମୋ ମୁଣ୍ଡରେ ହାତ ରଖି ପ୍ରତିଶୃତି ଦିଅ କେବେ ଭୁଲ କାମ କରିବ ନାହିଁ

Published By : Prameya-News7 Bureau | May 27, 2019 IST

ଆମେଥି ୨୭/୫ : ଦିବଂଗତ ବିଜେପି ନେତା ସୁରେନ୍ଦ୍ର ସିଂହଙ୍କ ୨୧ ବର୍ଷ ବୟସ୍କ ପୁଅ ଅଭୟ ସିଂହ ନବ ନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କୁ ଦେଖି ନିଜ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ । ସ୍ମୃତି ଅଭୟଙ୍କ ହାତ ନିଜ ମୁଣ୍ଡରେ ରଖି କହିଥିଲେ ମୋତେ ପ୍ରତିଶୃତି ଦିଅ ଯେ ତୁମେ କିଛି ଭୁଲ କାମ କରିବନାହିଁ ।

{"id":116452}

ସେ ଦୁଃଖିତ ହୋଇ କହିଥିଲେ ତୁମେ ନିଜ ବାପାଙ୍କୁ ହରାଇଚ ଆଉ ମୁଁ ମୋ ଭାଇକୁ ହରାଇଛି । ଏହା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏତିକି କହିବା ପରେ ସ୍ମୃତି ଅଭୟଙ୍କ ହାତ ଧରି ତାଙ୍କୁ ବାହାରକୁ ଡାକି ଆଣିଥିଲେ ଏବଂ କହିଥିଲେ ଚାଲ ସୁରେନ୍ଦ୍ରଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେବା ।

{"id":116451}

କମ ବୟସରେ ବାପାଙ୍କୁ ହରାଇଥିବା ପୁଅ କିଛି ବାଟ ଯିବା ପରେ ହତାଶ ହୋଇପଡିଥିଲେ । ତାଙ୍କ ପାଦ ପଡ଼ିନଥିଲା । ଫଳରେ ବିଜେପିର ଅନ୍ୟ ନେତାମାନେ ଶବ କାନ୍ଧେଇଥିଲେ । ସ୍ମୃତି ସୁରେନ୍ଦ୍ରଙ୍କ ଶବକୁ ଘରୁ ସ୍ମଶାନ ପର୍ଯ୍ୟନ୍ତ କାନ୍ଧେଇଥିଲେ । ୩୦୦ ମିଟର ଦୂରରେ ଥିଲା ସ୍ମଶାନ । ପୁଣି ହଜାର ହଜାର ଲୋକ ଭିଡ ।

{"id":116453}

ଲୋକେ ସେତେବେଳେ କହୁଥାନ୍ତି ଦିଦି ଆପଣ ଛାଡି ଦିଅନ୍ତୁ, ଆମେ କାନ୍ଧେଇଦେବୁ । କିନ୍ତୁ ସ୍ମୃତି କିଛି ନକହି ଚୁପଚାପ ସ୍ମଶାନ ଆଡକୁ ବଢି ଚାଲିଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ, ସେ କୋକେଇକୁ ୫ଟି ଜାଗାରେ ଭୂଇଁରେ ରଖିଥିଲେ ।

{"id":116450}


ନିଜର ସବୁଠାରୁ ନିକଟତମ ଏବଂ ପ୍ରିୟ କାର୍ଯ୍ୟକର୍ତ୍ତାଙ୍କ ଶେଷ ଦର୍ଶନ ପରେ ସ୍ମୃତି ଘରକୁ ଆସିଥିଲେ । ଘରକୁ ଆସି ସୁରେନ୍ଦ୍ରଙ୍କ ମା'ଙ୍କ କୋଳରେ ମୁଣ୍ଡ ରଖି କହିଥିଲେ ଆଜିଠାରୁ ମୁଁ ହିଁ ଆପଣଙ୍କ ପୁଅ । ସୁରେନ୍ଦ୍ରଙ୍କ ବଡ ଭାଇ ନରେନ୍ଦ୍ରଙ୍କ ଚରଣରେ ମୁଣ୍ଡ ନୁଆଇଁ ସାନ ଭଉଣୀ ହେବାର କର୍ତ୍ତବ୍ୟ କରିଥିଲେ । ସୁରେନ୍ଦ୍ରଙ୍କ ପତ୍ନୀଙ୍କୁ ଆଲିଙ୍ଗନ କରି ତାଙ୍କ ଦୁଃଖ ବାଣ୍ଟିଥିଲେ । ସୁରେନ୍ଦ୍ରଙ୍କ ବିବାହିତା ଝିଅ ପୂଜାଙ୍କ ମୁଣ୍ଡରେ ହାତ ରଖି କହିଥିଲେ ଆଜିଠାରୁ ତୁମ ବାପାଙ୍କ ବଡ ଭଉଣୀ ସବୁବେଳେ ତୁମ ସହ ରହିବ ।

{"id":116454}


ଦିବଂଗତ ସୁରେନ୍ଦ୍ର ସିଂହଙ୍କ ଶବ ନେବାବେଳେ ପୁରା ଗାଁ ଜୟ ଜୟ ନାରାରେ କମ୍ପି ଉଠିଥିଲା |

{"id":116455}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.