Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ରାହୁଲଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନି, କହିଲେ- ଟ୍ରାକ୍ଟରରେ ସୋଫା ଉପରେ ବସୁଛନ୍ତି

6/10/2020 at 1:27 PM

ମୁମ୍ବାଇ ୦୬/୧୦: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ତାଙ୍କ ଉପରେ ବର୍ଷିଛନ୍ତି। ସ୍ମୃତି ରାହୁଲଙ୍କୁ ‘ଭିଆଇପି ଚାଷୀ’ କହିଛନ୍ତି। ସ୍ମୃତି ରାହୁଲଙ୍କ ସେହି ଫଟୋକୁ ନେଇ ଟାର୍ଗେଟ କରିଛନ୍ତି ଯେଉଁଥିରେ ଟ୍ରାକ୍ଟରରେ ସୋଫା ଉପରେ ରାହୁଲ ଗାନ୍ଧି ବସିଥିବା ଦେଖିବାକୁ ମିଳିଛି।

ଯେଉଁ ନେତା ଟ୍ରାକ୍ଟରରେ ସୋଫା ଲଗାଇ ବିରାଜମାନ କରୁଛନ୍ତି ଏମିତି ଭିଆଇପି ଚାଷୀ ସେହି ବ୍ୟବସ୍ଥାକୁ କଦାପି ସମର୍ଥନ କରିବେ ନାହିଁ ଯେଉଁ ବ୍ୟବସ୍ଥା ଛୋଟ ଓ ଚାଷୀଙ୍କ ଚିନ୍ତା ମୁକ୍ତରେ ସାହାଯ୍ୟ କରିବ। କ୍ଷମତାକୁ ଆସିବାର ସ୍ବପ୍ନ କେବେ ତାଙ୍କର ପୂରଣ ହେବ ନାହିଁ।

ଏହା ସହ ଅଭିଯୋଗ ଲଗାଇଛନ୍ତି ସଂସଦୀୟ ପରମ୍ପରାକୁ ସମ୍ମାନ ଜଣାଇବା ତାଙ୍କ ପ୍ରକୃତିରେ ଲେଖା ନାହିଁ। କାରଣ କଂଗ୍ରେସ ଶାସିତ ୟୁପିଏ ସରକାରରେ ସେ ଏକ ଅଧ୍ୟାଦେଶ (ଦୋଷୀ ସାଂସଦକୁ ବଞ୍ଚାଇବା) କୁ ଚିରି ଦେଇ ଥିଲେ। ସ୍ମୃତି କହିଛନ୍ତି ତାଙ୍କ ଠାରୁ ସଂସଦର ସମ୍ମାନ ଆଶା କରା ନ ଯାଇପାରେ।

   Related Posts