ସରିଲା ବିଜେପି ପଦାଧିକାରୀ ବୈଠକ, ଆସନ୍ତା କାଲି କାର୍ଯ୍ୟକାରିଣୀ, ଯୋଗଦେବେ ସ୍ମୃତି ଈରାନୀ
6/10/2018 at 6:46 PM

ଭୁବନେଶ୍ବର ୬|୧୦ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ଆଜି ଅପରାହ୍ନାରେ ବସିଥିଲା ପଦାଧିକାରୀ ବୈଠକ। ଏଥିରେ ଆସନ୍ତା କାଲି ରାଜ୍ୟକାର୍ଯ୍ୟକାରିଣୀ ନେଇ ଏଜେଣ୍ତା ପ୍ରସ୍ତୁତ ହୋଇଛି। ବିଶେଷ କରି ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିବ ବିଜେପି। ରାଜ୍ୟସରକାରଙ୍କ ଦୁର୍ନୀତି ଏବଂ ଏବଂ ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରାକର ଲାଗୁ ନକରିବାକୂ ଅସ୍ତ୍ର କରି ଲୋକଙ୍କ ପାଖକୁ କେମିତି ବିଜେପି କର୍ମୀ ଯିବେ ସେ ନେଇ ଆଅଲାଚନା ହେବ। ଏହା ସହ ସଙ୍ଗଠନ କେମିତି ତୃଣମୂଳ ସ୍ତରରୁ ମଜବୁତ ସେ ନେଇ ମଧ୍ୟ ଆଲୋଚନା ହେବ। ଆସନ୍ତା କାଲି ରାଜ୍ୟକାର୍ଯ୍ୟକାରୀଣୀକୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶୁଭାରମ୍ଭ କରିବେ।