ଗର୍ଭବତୀ ହାତୀକୁ ହତ୍ୟା ମାମଲାରେ ଜୋର ଧରିଲା ରାଜନୀତି : ୱାୟନାଡ ସାଂସଦ ରାହୁଲ ଗାନ୍ଧୀଙ୍କୁ ଘେରିଲେ ସ୍ମୃତି ଇରାନୀ

Published By : Prameya-News7 Bureau | June 04, 2020 IST

ମଲପ୍ପୁରମ ୦୪/୦୬ : କେରଳର ସାଇଲେଣ୍ଟ ଭ୍ୟାଲି ଜଙ୍ଗଲ ନିକଟସ୍ଥ ଗାଁରେ ଗର୍ଭବତୀ ହାତୀକୁ ଅତି ଅମାନୁଷିକ ଭାବେ ବିସ୍ଫୋରକ ଭର୍ତ୍ତି ସପୁରିଖୁଆଇ ହତ୍ୟା ଘଟଣାରେ ମାନବିକତା ଉପରେ ପ୍ରଶ୍ନ ଉଠିଛି | ଘଟଣାକୁ ନେଇ ଘୋର ନିନ୍ଦା କରାଯାଉଛି | ଘଟଣାକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ତେଜ ହୋଇଛି | କେନ୍ଦ୍ର ସରକାର ମଧ୍ୟ ଘଟଣାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି | ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟ ନୂଆ ରାଜନୈତିକ ହଙ୍ଗାମା ଆରମ୍ଭ ହୋଇଯାଇଛି | କେରଳ ସାଂସଦ ରାହୁଲ ଗାନ୍ଧୀଙ୍କୁ ବିଜେପି ଟାର୍ଗେଟ କରିଛି |

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି | କେରଳ ବାୟନାଡ଼ରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀକୁ ଟାର୍ଗେଟ କରିଛନ୍ତି | ରାହୁଲଙ୍କୁ ଟାର୍ଗେଟ କରି ସ୍ମୃତି କହିଛନ୍ତି ରାହୁଲଙ୍କ ଠାରୁ ସମବେଦନା ଆଶା ମଧ୍ୟ କରାଯାଇ ପାରିବନାହିଁ | ସେ ଯେତେବେଳେ ଅମେଠିରେ ମଣିଷଙ୍କ ଖାତିର କରୁନଥିଲେ, ତାଙ୍କ ଭଲମନ୍ଦ ବିଚାର କରୁନଥିଲେ, ସେ ପୁଣି ପଶୁଙ୍କ କଥା କଣ ବିଚାର କରିବେ |

{"id":281084,"sizeSlug":"large"}

ହାତୀର ମୃତ୍ୟୁକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଗମ୍ଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି | ସେ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି, ଏହି ଘଟଣା ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ କି ? ବୁଧବାର ଦିନ ମେନକା ଗାନ୍ଧୀ ଏହି ଘଟଣାକୁ ହତ୍ୟା ବୋଲି କହିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ କେରଳ ଦେଶର ସବୁଠାରୁ ହିଂସ୍ର ରାଜ୍ୟ | ଏଠାରେ ଲୋକେ ରାସ୍ତାରେ ବିଷ ଫୋପାଡ଼ି ଦେଇଥାନ୍ତି ଯେପରିକି ୩୦୦ ରୁ ୪୦୦ ପକ୍ଷୀ ଓ କୁକୁର ଏକାସଙ୍ଗେ ମରିଯିବେ | ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ ହୋଇଥିଲେ ସୁଦ୍ଧା ଏଠାରେ ମଣିଷଙ୍କ ହୃଦୟରେ ମାନବିକତା ନାହିଁ | 

ଅପରପକ୍ଷରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ବୟାନ ଦେଇ କହିଛି ଯେ ତାଙ୍କୁ ଏହି ମାମଲାରେ ଅଯଥାରେ ଟଣା ଯାଉଛି | କେରଳ ଯାହା ଘଟିଛି ତାହା ଅତ୍ୟନ୍ତ ନିନ୍ଦନୀୟ |

{"id":281085,"width":571,"height":320,"sizeSlug":"large"}

ମାମଲାକୁ ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଗୁରୁବାର ଦିନ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ହାତୀ ମୃତ୍ୟୁ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି | ସଠିକ ଭାବେ ଯାଞ୍ଚ କରି ଅପରାଧୀଙ୍କୁ ଗିରଫ କରାଯିବ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ନିରୀହ ବନ୍ୟଜନ୍ତୁଙ୍କୁ ଫଳରେ ବିସ୍ଫୋରକ ଭର୍ତ୍ତି କରି ଖାଇବାକୁ ଦେଇ ହତ୍ୟା କରିବା ଭାରତୀୟ ସଂସ୍କୃତି ନୁହେଁ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.