ଧୂମପାନ କାରଣରୁ ଅସୁନ୍ଦର ହେଲା ଏହି ଅଭିନେତାଙ୍କ ଚେହେରା, ଫଟୋ ଦେଖି ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | September 14, 2019 IST

ମୁମ୍ବାଇ୧୪|୯: ବଲିଉଡ ଅଭିନେତା ରାହୁଲ ରଏଙ୍କୁ କିଏ ବା ନ ଚିହ୍ନେ। ଗୋଟେ ଫିଲ୍ମ କରି ସେ ସମସ୍ତଙ୍କ ଦିଲରେ ରାଜ କରୁଥିଲେ ଓ ଏବେ କିଛି ଦିନ ପୂର୍ବରୁ ବେବୋ ଖୁଲାସା କରିଛନ୍ତି ଯେ, ସେ ରାହୁଲଙ୍କର ବହୁତ ବଡ ଫ୍ୟାନ୍‌। କରୀନା କପୁର କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ ତାଙ୍କ ପ୍ରଥମ କ୍ରସ ରାହୁଲ ରାୟ ଥିଲେ। ଏହା ପରେ ରାହୁଲ ବେଶ ଚର୍ଚ୍ଚାରେ ଆସିଛନ୍ତି। ତେବେ ରାହୁଲଙ୍କୁର ବର୍ତ୍ତମାନ ଫଟୋ ଦେଖିଲେ ତାଙ୍କୁ ଏବେ କେହି ଚିହ୍ନିପାରିବେ ନାହିଁ ।   

{"id":157435}

ଗୋଟେ ସମୟରେ ନିଜ ଫିଲ୍ମ ଆଶିକି ପାଇଁ ଫେମସ ହୋଇଥିବା ରାହୁଲ ରାୟ ନିଜ ନୂଆ ଲୁକ୍‌ ଦ୍ବାରା ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି। ତାଙ୍କ ନୂଆ ଫଟୋରେ ସେ ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଛନ୍ତି। ରାହୁଲ ବିଗ ବସ୍‌ର ପ୍ରଥମ ସିଜିନ୍‌ରେ ଭାଗ ନେଇଥିଲେ। ତାପରେ ସେ ଆହୁରୀ ପପୁଲାର ହୋଇଥିଲେ। କିଛି ଦିନ ତଳେ ରାହୁଲ ବୁଲାବୁଲି ପାଇଁ ଆଗ୍ରା ଯାଇଥିଲେ। ସେଠାରେ ଉଠାଯାଇଥିବା ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

{"id":157436}

କିଛି କିଛି ଫଟୋରେ ରାହୁଲ ଧୂମପାନ କରୁଥିବାର ଦେଖାଯାଇଛନ୍ତି। ଯେଉଁଥିପାଇଁ ସେ ଟ୍ରୋଲ ହୋଇଛନ୍ତି। ଏକିଛି ୟୁଜର୍ସ କହିଛନ୍ତି ଯେ, ଧୂମପାନ ଯୋଗୁଁ ସେ ତାଙ୍କର ଆଜି ଏଇ ଅବସ୍ଥା। ଏହି କାରଣରୁ ରାହୁଲ ଅସୁନ୍ଦର ଦେଖାଯାଉଛନ୍ତି ବୋଲି କୁହାଯାଇଛି। ଆଶିକି ଫିଲ୍ମ ପରେ ରାହୁଲ ଅନେକ ଝିଅଙ୍କ ଦିଲ୍‌ରେ ରାଜ କରୁଥିଲେ। ତାଙ୍କୁ କିଛି ଝିଅ ପ୍ରପୋଜ ମଧ୍ୟ କରିଥିଲେ ହେଲେ ସେତେବେଳେ ସେ ନିଜ କ୍ୟାରିଅର ଉପରେ ଧ୍ୟାନ ଦେବା ପାଇଁ ଚାହୁଁଥିଲେ। ରାହୁଲଙ୍କୁ କ୍ରିକେଟ ଖେଳର ବହୁତ ସଉକ ଅଛି। ଶେଷଥର ପାଇଁ ରାହୁଲ ZEE5ର ଅରିଜିନାଲ ଫିଲ୍ମ କୈବରେଟରେ ନଜର ଆସିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.