ସିଗାରେଟ୍‌କୁ ସାବଧାନ: ଧୂମପାନ କରୋନା ଭୟକୁ ବଢାଏ ବେଶୀ, ସତର୍କ କଲେ WHO

Published By : Prameya-News7 Bureau | May 26, 2020 IST

ଓ୍ୱାଶିଂଟନ , ୨୬|୦୫: ଧୂମପାନ କ୍ୟାନସର୍ ଭଳି ଅନେକ ଦୂରାରୋଗ୍ୟକୁ ଆମନ୍ତ୍ରଣ କରିଥାଏ । ଧୂମପାନ ସେବନ ଦ୍ୱାରା ଆୟୁଷ ମଧ୍ୟ କମିଯାଏ ବୋଲି ପୂର୍ବରୁ ଅନେକ ଗବେଷକ ଦାବି କରିଛନ୍ତି । ତେବେ ଏହି ଅଭ୍ୟାସ କରୋନା ଭାଇରସକୁ ମଧ୍ୟ ଆମନ୍ତ୍ରଣ କରିଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ ବା ଡବ୍ଲ୍ୟୁଏଚଓ କହିଛି । ଧୂମପାନ କରୁଥିବା ରୋଗୀଙ୍କଠାରେ କରୋନା ହେବାର ସମ୍ଭାବନା ଅଧିକ ରହିଥିବା ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି ।

wp:html /wp:html

ଏହା ବଦଭ୍ୟାସକୁ ଦୂରେଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ସଙ୍ଗଠନ ନିଜ ଟ୍ୱିଟର୍ ପେଜରେ ଏକ ଭିଡିଓ ସେୟାର କରିଛି । ମେ ୩୧ରେ ପାଳନ କରାଯାଉଥିବା ନୋ ଟବାକୋ ଡେକୁ ନଜରରେ ରଖି ଏହି କ୍ୟାମ୍ପେନ୍ ଆରମ୍ଭ ହୋଇଛି  । ଏହି ଭିଡିଓରେ କେତେକ ଯୁବକ ଲୋକଙ୍କୁ ସଚେତନ କରିବା ସହ ଡ୍ୟାନସ୍ ମଧ୍ୟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.