ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣା: ଡିଜିଙ୍କୁ ଦେଖା ନପାଇବା ପରେ ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେ ମୃତ ସ୍ମିତାଙ୍କ ସ୍ବାମୀ, ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କଲା ସଂଘ

Published By : Prameya-News7 Bureau | October 22, 2019 IST

ପିଇଓ ସ୍ମିତାରାଣୀଙ୍କ ରହସ୍ୟ ଜନକ ମତ୍ୟୁ ଘଟଣାରେ ପୋଲିସ ତଦନ୍ତ ଓ ଆଚରଣକୁ ନେଇ ସବୁ ସ୍ତରରେ ବିରୋଧ ବଢିବାରେ ଲାଗିଛି । ନ୍ୟାୟ ପାଇଁ ମହିଳା କମିଶନ ଓ ମାନବାଧିକାର କମିଶନଙ୍କ ଦ୍ବାରସ୍ତ ହୋଇଛନ୍ତି ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ।  ସେପଟେ ଧର୍ମଶାଳା ବ୍ଲକ ନିଖିଳ ଉତ୍କଳ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ଓ ଗ୍ରାମସେବକ ସଂଘ ପକ୍ଷରୁକଲମଛାଡ ଆନ୍ଦୋଳନ ହୋଇଛି ।

{"id":173400}

ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଏହା ପରବର୍ତ୍ତୀ ପଲିଟିକ୍ସ ଏବେ ଭୁବନେଶ୍ବର ରାଜନୀତିକୁ ହୁଲସ୍ତୁଲ କରିଛି।   ନ୍ୟାୟ ଦାବି କରି ମହିଳା କମିଶନ ଓ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ବିଶ୍ବାଳ । ଆଉ ଏହି ସମୟରେ ସେ କହିଛନ୍ତି ସ୍ମିତାରାଣୀଙ୍କୁ ବେଆଇନ କାମ ପାଇଁ ବାଧ୍ୟ କରାଯାଉଥିଲା।  ସେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରାଆଇଛି।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ବେଆଇନ କାମ କରିବାକୁ ତାଙ୍କ ଉପରେ  ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର ଚାପ ପକାଯାଉଥିଲା। ଏଥିପାଇଁ ସେ ମାନସିକ ଚାପରେ ରହୁଥିଲେ। ତେଣୁ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ସେପଟେ ମହିଳା କମିଶନ ଏହାର ତଦନ୍ତ କରିଛୁ, ଆବଶ୍ୟକ ପଡ଼ିଲେ ପୁଣି ତଦନ୍ତ କରିବୁ।

{"id":173401}

ସେପଟେ ସ୍ମୀତାରାଣୀଙ୍କୁ ନ୍ୟାୟ ଦାବି କରି ଧର୍ମଶାଳା ବ୍ଲକ ନିଖିଳ ଉତ୍କଳ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ଓ ଗ୍ରାମସେବକ ସଂଘ କଲମ ଛାଡ ଆନ୍ଦୋଳନ କରାଯାଇଛି। ସ୍ମିତାରାଣୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସଂଘ ଦାବି କରିଛି। କାଲି ଜିଲ୍ଲାପାଳଙ୍କୁ ଭେଟି ସଂଘ ଦାବିପତ୍ର ଦେବ। ସେପଟେ ଗେଷ୍ଟହାଉସ ଘଟଣାରେ ରାମକୋ ମ୍ୟାନେଜରଙ୍କର ସଂପୃକ୍ତି ନେଇ ବାରମ୍ବାର ଅଭିଯୋଗ ଆସିବା ପରେ କମ୍ପାନି ମୁହଁଖୋଲିଛି। ଆଉ ଲୋକେ ସ୍ଥାନୀୟ ବିଧାୟକ ଘଟଣାକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛନ୍ତି ଲୋକେ।   

{"id":173402}

ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ ।  ଆଉ ଆଜି ତାଙ୍କ ସ୍ବାମୀ ପୋଲିସ ଡିଜିଙ୍କୁ ଭେଟିବାକୁ ଚାହିଁଥିଲେ ବି ଭେଟି ପାରି ନାହାନ୍ତି ।

{"id":173403}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.