Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ପୋଲିସ ତଦନ୍ତରେ ଭରସା ତୁଟିଲା, ଭୟରେ ଗାଁ ଛାଡିଛନ୍ତି ପିଇଓ ମୃତ ସ୍ମିତାରାଣୀଙ୍କ ପରିବାର !

3/11/2019 at 6:50 PM

ଯାଜପୁର ୦୩।୧୧- ଧର୍ମଶାଳା ପିଇଓ ମୃତ ସ୍ମିତାରାଣୀଙ୍କ ପରିବାର ଭୟରେ ଗାଁ ଛାଡିଛନ୍ତି । ପୋଲିସ ତଦନ୍ତରେ ଭରସା ତୁଟାଇଥିବା ସ୍ମୀତାରାଣୀଙ୍କ ଘରେ କେହି ନଥିବା ବେଳେ ଗେଟ ତାଲା ପଡିଛି । ସେପଟେ ମହିଳା କମିଶନ କେସ କ୍ଲେ।ଜ୍ ହେ।ଇଗଲା ବେ।ଲି ଦେଇଥିବା ମନ୍ତବ୍ୟକୁ ପୁଣି ବିରୋଧ କରିଛି ବିଜେପି ।  ଏହାର ପ୍ରତିବାଦରେ ୫ ତାରିଖରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି । ଘଟଣାରେ ପୁଣିଥରେ ଏସପି ଓ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି ସହ ପୁରା ଘଟଣାର CBI ତଦନ୍ତ ଦାବି କରିଛି ବିଜେପି । ଏହାର ଜବାବ ରଖିଛି ବିଜେଡି ।

ପୂର୍ବରୁ କହୁଥିଲେ ଆଜି ସେୟା ହିଁ କଲେ। ଭୟରେ ଗାଁ ଛାଡିଲେ ସ୍ମିତାରାଣୀଙ୍କ ପରିବାର । ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଉଥିବା ପରିବାର ସୁରକ୍ଷା ଭୟରେ ଦିଲ୍ଲୀ ଚାଲିଯାଇଛନ୍ତି । ଦେଖନ୍ତୁ ଏ ହେଉଛି ଧର୍ମଶାଳାର ଚୋରମୁହାଁ ଗାଁରେ ଥିବା ସ୍ମୀତାରାଣିଙ୍କ ଘରର ଦୃଶ୍ୟ । ସ୍ମୀତାରାଣୀଙ୍କ ଘରେ କେହି ନଥିବା ବେଳେ ଗେଟରେ ତାଲା ପଡିଛି। ଆଉ ପରିବାର ଘର ଛାଡିବା ପରେ ଜଣେ ହୋମଗାର୍ଡକୁ ବସାଇଛି ପୋଲିସ । ସ୍ମୀତାରାଣୀଙ୍କ ମୃତ୍ୟୁ ପରେ ଆରମ୍ଭରୁ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇ ଆସୁଥିଲେ ସ୍ମୀତାରାଣୀଙ୍କ ପରିବାର । ଏମିତିକି ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଏସପିଙ୍କ ମତକୁ ବି ପରିବାର ଖଣ୍ଡନ କରିଥିଲେ । ନିଜ ସୁରକ୍ଷା ଦାବି କରୁଥିଲେ ସ୍ମୀତାରାଣୀଙ୍କ ପରିବାର । ଆଉ ଶେଷରେ ନ୍ୟାୟ ପାଇବା ଆଶା ତୁଟାଇ ଭୟରେ ଗାଁ ଛାଡିଛନ୍ତି ।

ଏପଟେ କିନ୍ତୁ ସ୍ମୀତାରାଣୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ବିଜେପି ବିଧାୟକ ଦଳ ସ୍ମୀତାରାଣୀଙ୍କ ପରିବାରକୁ ଭେଟିବାଥିଲା । ଆଉ ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପୁଣି ସରକାରଙ୍କ ଉପରେ ବର୍ଷିଛି ବିଜେପି ।  ସ୍ମୀତାରାଣୀଙ୍କ ମୃତ୍ୟୁର ତଦନ୍ତ କେସ କ୍ଲେ।ଜ୍ ହେ।ଇଗଲା ବେ।ଲି ମହିଳା କମିଶନ ମତ ଦେବା ପ୍ରତିବାଦରେ ୫ ତାରିଖରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି।

ସ୍ମୀତାରାଣୀଙ୍କ ମୃତ୍ୟୁ ଘଟଣାର  CBI ତଦନ୍ତ ସହ ଏସପି ଓ ମହିଳା କମିଶନ ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ସେପଟେ ଘଟଣାକୁ ନେଇ ଅଯଥା ରାଜନୀତି କରାନଯାଉ କହୁଥିବା ବିଜେଡି ଏହାର ଜବାବ ରଖିଛି ।

ସୁରକ୍ଷା ଦାବି କରୁଥିବା ପରିବାର ଲୋକେ ଗାଁ ଛାଡିଲେଣି ।ଏବେ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାର ତଦନ୍ତ କୁଆଡ଼େ ଯିବ ତାହା ଉପରେ ହିଁ ପ୍ରଶ୍ନ ।

   Related Posts