Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

‘ସିସିଟିଭି ଫୁଟେଜରେ ରହିଛି ସ୍ମିତାରାଣୀ ସନ୍ଦେହଜନକ ମୃତ୍ୟୁ ଘଟଣା ! ଗେଷ୍ଟ୍ ହାଉସକୁ ସିଜ୍ କରୁନି ପୋଲିସ’

21/10/2019 at 12:56 PM

ଭୁବନେଶ୍ବର ୨୧|୧୦: ଧର୍ମଶାଳା ପିଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି ।ରଙ୍ଗଶାଳାରେ ରଙ୍ଗ ହେଉଥିଲା କି ବୋଲି ତାରାଙ୍କ ପ୍ରଶ୍ନ କରିଛନ୍ତି । ଏଥି ସହ ଏହି ଘଟଣାରେ ପ୍ରମାଣ ନଷ୍ଟ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।ସିସିଟିଭିରେ ସମସ୍ତ ପ୍ରମାଣ ଥାଇପାରେ ।ତେବେ ଏପର୍ଯ୍ୟନ୍ତ ଗେଷ୍ଟ ହାଉସ୍ ସିଜ୍ ହୋଇନି କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ତଦନ୍ତ ନକରି ପ୍ରଶାସନ କେମିତି ଜାଣିଲା କାହା ସହ କାହାର କେମିତି ସମ୍ପର୍କ ଥିଲା ।ଜଣେ ମହିଳାଙ୍କ ମୃତ୍ୟୁ ପରେ ଚରିତ୍ର ସଂହାର କରିବା କାହାର ଅଧିକାର ନାହିଁ ।ତାଙ୍କ ନିଃଶ୍ବାସରେ ଦୁଇଟି ଦଳ ଧ୍ବଂସ ହହୋଇଯିବ ।ଏଥିରେ ଯିଏ ପାପ କରିଛି ସିଏ ଶାସ୍ତି ପାଇବ ବୋଲି ତାରା କହିଛନ୍ତି ।

ବିଜେପିର ବନ୍ଦ ପାଳନ ନେଇ ମଧ୍ୟ ତାରା ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାକୁ ନେଇ ବିଜେପିରାଜନୀତି ନ କରୁ ବୋଲି ତାରା କହିଛନ୍ତି ।

   Related Posts