ଅମିତାଭଙ୍କ ସହ ବର୍ଷା ଗୀତରେ ଡ୍ୟାନ୍ସ କରି କାହିଁକି କାନ୍ଦିଥିଲେ ଏହି ଅଭିନେତ୍ରୀ : ଜାଣନ୍ତୁ
8/04/2019 at 4:59 PM

ମୁମ୍ବାଇ ୮/୪: ବର୍ଷୀୟାନ୍ ଅଭିନେତା ଅମିତାଭ ବଚ୍ଚନ ଆଜି ମଧ୍ୟ ସୁପରଷ୍ଟାରଙ୍କ ତାଲିକାରେ ଗଣା ଯାଆନ୍ତି। ବିଗ ବି ଆଜି ମଧ୍ୟ ଫିଲ୍ମରେ ଅଭିନୟ କରିବା ଜାରି ରଖିଛନ୍ତି। ଯେଉଁ ବୟସରେ ଲୋକେ ଆରାମ କରିବାକୁ ଉଚିତ ମନେ କରନ୍ତି ସେହି ସ୍ଥାନରେ ଅମିତାଭ ବଚ୍ଚନ ରାତି ଦିନ ପରିଶ୍ରମ କରୁଛନ୍ତି। ବଲିଉଡରେ ଅମିତାଭ ବଚ୍ଚନ ପାଖାପାଖି ସବୁ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ଏହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ସ୍ମିତା ପାଟିଲ। ତାଙ୍କ ସହ ଅମିତାଭ ବର୍ଷା ଗୀତରେ ଅଭିନୟ କରିଥିଲେ। ଏହି ଗୀତ ‘ନମକ ହଲାଲ’ ଫିଲ୍ମର ଥିଲା ଯାହା ଆଜି ଯାଏଁ ଲୋକପ୍ରିୟ ହୋଇ ରହିଛି। ଏହି ଗୀତଟି ହେଉଛି ‘ ଆଜ ରପଟ ଜାଏ’।
ଅଭିନେତ୍ରୀ ସ୍ମିତା ପାଟିଲ ଏହି ବର୍ଷା ଗୀତରେ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିଥିଲେ। ଏହା ତାଙ୍କ ପ୍ରଥମ କମର୍ସିଆଲ ଫିଲ୍ମ ଥିଲା। ସ୍ମିତା ଭାବିଥିଲେ ଯେ ଦର୍ଶକ ତାଙ୍କୁ ଏ ଅବତାରରେ ଦେଖି କ’ଣ ଭାବିବେ।
ଏହି ଗୀତ ସୁଟ୍ କରିବା ପରେ ସ୍ମିତା ରାତି ସାରା କାନ୍ଦିଥିଲେ। ପରଦିନ ଅମିତାଭ ତାଙ୍କ ଅବସ୍ଥା ଦେଖି ଜାଣି ପାରିଥିଲେ ଏବଂ ତାଙ୍କୁ ବୁଝାଇଥିଲେ ଯେ ଏହା କାହାଣୀର ଆବଶ୍ୟକତା ଥିଲା। ଏହା ପରେ ସ୍ମିତା ଠିକ୍ ହୋଇଥିଲେ। ଏହାପରେ ସେ ଅମିତାଭଙ୍କ ସହ ‘ଶକ୍ତି’ ଫିଲ୍ମରେ କାମ କରିଥିଲେ।
ଅମିତାଭ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ। ସେ କେତେକ ଶୋ କୁ ହୋଷ୍ଟ ମଧ୍ୟ କରୁଥିବାର ଦେଖିବାକୁ ମିଳେ। ଏବେ ନିକଟରେ ଅମିତାଭଙ୍କ ଫିଲ୍ମ ‘ବଦଲା’ ରିଲିଜ ହୋଇଥିଲା ଯାହା ଭଲ ଆୟ କରିଛି। ଏହି ଫିଲ୍ମରେ ଅମିତାଭଙ୍କ ସହ ତାପସୀ ଲିଡ ରୋଲରେ ଅଭିନୟ କରିଥିଲେ। ଚଳିତ ବର୍ଷ ଅମିତାଭଙ୍କ ‘ବ୍ରହ୍ମାସ୍ତ୍ର’,‘ଝୁଣ୍ଡ’ ରିଲିଜ ହେବ।