Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଗରିବ, ଅନାଥ, ଭିନ୍ନକ୍ଷମ ଅନ୍ତେବାସୀଙ୍କ ଗହଣରେ ରଜ ପାଳିଲେ ଅଭିନେତା ସବ୍ୟସାଚୀ, ରଜ ପିଠା ସହ ବାଣ୍ଟିଲେ ସୁଖିଲା ଖାଦ୍ୟ, ରାସନ ଓ ରଜ ପାନ

14/06/2021 at 10:13 PM

ଭୁବନେଶ୍ଵର ୧୪।୦୬: ଓଡିଶା ପାଇଁ ରଜ ଏକ ପ୍ରମୁଖ ପର୍ବ। ଗାଁ ଗହଳିଠୁ ନେଇ ସହର ପର୍ଯ୍ୟନ୍ତ ସବୁଠୁ ଆନନ୍ଦ ଉଲ୍ଲାସର ସହ ଏହି ପର୍ବ ପାଳନ କରାଯାଉଛି। ହେଲେ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ରଜ ପର୍ବ ସଂପୂର୍ଣ୍ଣ ଭାବେ ଫିକା ପଡିଛି। ଲୋକେ ଏହି ଗଣପର୍ବକୁ ପାଳନ ମଧ୍ୟ କରି ପାରୁ ନାହାନ୍ତି। ଖାସ୍ କରି ଗରିବ ଶ୍ରେଣୀର ଲୋକ ଏହି ମହାମାରୀରେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ହେଲେ ସ୍ମାଇଲ୍‌ ପ୍ଲିଜ୍‌ର ଟିମ୍ ରଜ ଅବସରରେ ସମସ୍ତଙ୍କ ଚେହେରାରେ ହସ ଫୁଟାଇବା ପାଇଁ କିଛି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିଛି। ଖାସ୍ ସେହି ମାନଙ୍କ ପାଇଁ ଯେଉଁମାନେ କୋଭିଡ୍ କାରଣରୁ ରଜ ମନାଇ ପାରୁ ନାହାନ୍ତି ବୋଲି କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର।

ସେ କହିଛନ୍ତି, ରଜ ପିଠା, ରଜ ପାନ, ସୁଖିଲା ଖାଦ୍ୟ, ରାସନ ସାମଗ୍ରୀ ଅଭାବୀ ଲୋକଙ୍କ ପାଖରେ ପହଞ୍ଚାଇଛୁ। ଆମେ ବିଭିନ୍ନ ଅନାଥାଳୟ, ବିଏମସିର କୋଭିଡ୍ ଆଶ୍ରୟ ଗୃହ, ଭିକାରୀଙ୍କ ଆଶ୍ରୟ ଗୃହ, କଏଦୀଙ୍କ ପିଲାଙ୍କ ପାଇଁ ଥିବା ଆଶ୍ରୟ ଏବଂ ବିଭିନ୍ନ ନେତ୍ରହୀନ ସଂଘକୁ  ଯାଇ ଅନ୍ତେବାସୀଙ୍କ ଗହଣରେ ଖୁସି ବାଣ୍ଟିଛୁ। ଏହି ସମୟରେ ସ୍ମାଇଲ୍ ପ୍ଲିଜ୍ ତରଫରୁ ରାସନ, ବ୍ରେଡ, ଆରିସା ପିଠା, ପୋଡ ପିଠା, ରଜ ପାନ ବଣ୍ଟା ଯାଇଥିଲା।

   Related Posts