Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ : ଘର ଭିତରେ ଶବ ପଚିସଢି ଯାଇଥିବା ସନ୍ଦେହ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ଖୋଲାଯିବ

ସମ୍ବଲପୁର ୧୫।୧୧: ସମ୍ବଲପୁର ସହର ମୁଦିପଡା ପାଣିଟାଙ୍କି ପଡାର ବନ୍ଦ ଘର ଭିତରୁ ବାହାରୁଛି ଦୁର୍ଗନ୍ଧ । ଏହି ଭଡା ଘରେ ବାହାର ପଟୁ  ତାଲା ଝୁଲୁଥିବା ବେଳେ ଏପରି ଉତ୍କଟ ଗନ୍ଧ ବାହାରିବା ଲୋକଙ୍କ ମନ ଭିତରେ ନାନା ସନ୍ଦେହ ସୃଷ୍ଟି କରିଛି । ଏହି ଘରେ ରହୁଥିବା ଲୋକଙ୍କୁ କିଛି ଦିନ ହେଲା  ସ୍ଥାନୀୟ ଲୋକେ ଦେଖି ନଥିବାରୁ ଲୋକଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଛି । ଘର ଭିତରେ ଶବ ପଚିସଢି ଦୁର୍ଗନ୍ଧ ବାହାରୁଥିବା ପୋଲିସ ସନ୍ଦେହ କରୁଛି ।

ତେବେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଏହି ଖବର ପାଇଥିଲେ ମଧ୍ୟ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଘର ଖୋଲାଯିବ ବୋଲି ସୂଚନା ମିଳିଛି । ସମ୍ପୃକ୍ତ ଘର ମାଲିକ ଏଠାରେ ରହୁ ନଥିବାରୁ ମାଲିକକୁ ପୋଲିସ ସୂଚନା ଦେଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏକ ଶ୍ରମିକ ଶ୍ରେଣୀର ଦମ୍ପତ୍ତି ତାଙ୍କର ୪ ବର୍ଷର ଶିଶୁ ସହ ସେଠାରେ ରହୁଥିଲେ । ତେବେ ଗତ ମଙ୍ଗଳବାର ରାତିରେ ଦମ୍ପତ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହିଦିନ ପରଠାରୁ ଏହି ଘରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଆଜି ଘରର ଦ୍ବାର ଖୋଲାଗଲା ପରେ ସବୁ ରହସ୍ୟ ଉନ୍ମୋଚିତ ହେବ।

168 Views

   ସମ୍ବନ୍ଧିତ ଖବର