Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଲକଡାଉନ ପରେ ଅନଲାଇନ ସେଲ୍‌ରେ ସ୍ମାର୍ଟଫୋନ ବିକ୍ରି ବଢ଼ିଛି

22/10/2020 at 12:38 PM

ନୂଆଦିଲ୍ଲୀ ୨୨/୧୦: ଉଠିଛି ଲକଡାଉନରୁ କଟକଣା। ଏବେ ଦେଶରେ ପାର୍ବଣ ଋତୁ ଚାଲିଛି। ଅନଲାଇନ୍ ସେଲରେ ସ୍ମାର୍ଟଫୋନର  ନୂଆ ରେକର୍ଡ ଦେଖିବାକୁ ମିଳିଛି। ଚଳିତବର୍ଷ  ଭାରତରରେ ତୃତୀୟ ତ୍ରୟ ମାସିକରେ ସ୍ମାର୍ଟଫୋନ୍ ବିକ୍ରି ୫ ପ୍ରତିଶତ ବୃଦ୍ଧି  ପାଇଛି। ସମୁଦାୟ ୫ କୋଟି ୟୁନିଟ ମାର୍କେଟରେ ଉପଲବ୍ଧ କରାଯାଇଛି। ମାର୍କେଟ ଟ୍ରାକର ଫାର୍ମ କାନାଲିସର ସଦ୍ୟ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

୯ ପ୍ରତିଶତ ବୃଦ୍ଧି ସହ ଶାଓମିର ୧୩.୧ ମିଲିଅନ ୟୁନିଟ ବଜାରରେ ଉପଲବ୍ଧ ହୋଇଛି। ସେହିପରି ଦକ୍ଷିଣ କୋରିଆର ସାମସଙ୍ଗ ୧୦.୭ ମିଲିଅନ ୟୁନିଟ୍ ବିକ୍ରି କରିଛି। ଭିଭୋ ୮.୮ ମିଲିଅନ ୟୁନିଟ୍ ବଜାରରେ ଉପଲବ୍ଧ କରାଇବା ସହିତ ୧୯ ପ୍ରତିଶତ ବୃଦ୍ଧି ହାସଲ କରିଛି ଓ ତୃତୀୟ ସ୍ଥାନରେ ରହିଛି। ଏହା ପରେ ୮.୭ ମିଲିଅନ ୟୁନିଟ ସହିତ ରିୟଲମି ଚତୁର୍ଥ ସ୍ଥାନ ଓ ୬/୧ ମିଲିଅନ ୟୁନିଟ୍ ସହ ଓପୋ ପଞ୍ଚମ ସ୍ଥାନ ହାସିଲ କରିଛି।

କାନଲିସର ବିଶ୍ଲେଷକ କହିଛନ୍ତି ସ୍ମାର୍ଟଫୋନ ବ୍ରାଣ୍ଡ ନିଶ୍ଚିତ ଭାବେ ଦ୍ରୁତ ଭାବେ ଆଗକୁ ବଢ଼ୁଛନ୍ତି। ସରକାର ତିନି ମାସର ଲକଡାଉନ ପରେ ଧୀରେ ଧୀରେ କଟକଣା କୋହଳ କରୁଛନ୍ତି। ଏହାର ଭିତରେ ପାଖାପାଖି ସବୁ କମ୍ପାନିର ବିକ୍ରି ବଢ଼ିଛି। ତେବେ ଅନଲାଇନରେ ବିକ୍ରିରେ ଏସବୁର ବୃଦ୍ଧି ହୋଇଛି। ଆାମଜନ ଓ ଫ୍ଲିପକାର୍ଟରୁ ସ୍ପଷ୍ଟ ବାରି ହେଉଛି ଯେ ଅର୍ଥବ୍ୟବସ୍ଥା ହ୍ରାସ ପାଇ ଥିବା ବେଳେ ଭାରତରେ ଗୋଟିଏ ଭଲ ସ୍ମାର୍ଟଫୋନର ମୂଲ୍ୟ ପୂର୍ବ ପରି ରହିଛି। ସେହିପରି ଆପଲ ୮ ଲକ୍ଷ ୟୁନିଟ୍ ବିକ୍ରି କରିଛି।

   Related Posts