ଫୋନ୍‌ର ଖରାପ ପ୍ରଭାବ- ଶରୀରର ଏହି ଅଙ୍ଗରୁ ଫୋନ ଦୂରାଇ ରଖିବା ଉଚିତ୍

Published By : Prameya-News7 Bureau | December 04, 2019 IST

ଆଜିକାଲି ମୋବାଇଲ ଫୋନ ସମସ୍ତଙ୍କ ପାଇଁ ବହୁତ ଆବଶ୍ୟକ ହୋଇଯାଇଛି। ହେଲେ ସ୍ମାର୍ଟଫୋନ ଶରୀର ପାଇଁ ମଧ୍ୟ କ୍ଷତିକାରକ ପ୍ରମାଣ ହୋଇପାରେ। ସ୍ମାର୍ଟଫୋନ ମଣିଷ ଶରୀର କିଛି ଅଂଗ ପାଇଁ କ୍ଷତିକାରକ ହୋଇଥାଏ। ଫୋନର ରେଡିଏସନ ଶରୀର ଅନେକ ସମସ୍ୟା ବଢାଏ।

୧- ଫୋନ୍‌ର ରେଡିଏସନ ପାଦର କଷ୍ଟ ବଢାଇଥାଏ। ପଛ ପକେଟରେ ଫୋନ ରଖିଲେ ଫୋନ ଭାଙ୍ଗିବାର ସମ୍ଭାବନା ଥାଏ।

୨- ଶୋଇବା ସମୟରେ ତକିଆ ତଳେ ଫୋନ ରଖିବା ଅନୁଚିତ୍‌। ଏହା ଦ୍ବାରା ଫୋନ୍‌ ରେଡିଏସନର ଖରାପ ପ୍ରଭାବ ଆଖି ଓ ବେକ ଉପରେ ପଡିଥାଏ।

୩- ପ୍ୟାଣ୍ଟର ଆଗ ପକେଟରେ ଫୋନ ରଖିଲେ ଶାରୀରିକ ସମସ୍ୟା ହୋଇଥାଏ।

୪- ସାର୍ଟ ପକେଟରେ ଫୋନ ରଖିଲେ ହୃଦୟରେ ଖରାପ ପ୍ରଭାବ ପଡେ। ଏହା ଦ୍ବାରା ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଫୋନ ରେଡିଏସନ ହୃଦୟ ପାଇଁ କ୍ଷତିକାରକ ହୋଇଥାଏ।

୫- ଛୁଆ ପିଲାମାନେ ଅଧିକ ସମୟ ଯାଏଁ ଫୋନ ବ୍ୟବହାର କଲେ ସେମାନଙ୍କୁ ହାଇପରଏକ୍ଟିଭିଟି ଓ ଡିଫିସିଟ୍‌ ଡିସଅର୍ଡର ଭଳି ରୋଗ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.