Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମସାଙ୍କ ଦାଉରୁ ଆପଣଙ୍କୁ ରକ୍ଷା କରିବ ସ୍ମାର୍ଟ ଫୋନ, ଜାଣନ୍ତୁ କିପରି

ଆପଣ ଯଦି ସେହି ଲୋକମାନଙ୍କ ବର୍ଗରେ ଯାଉଛନ୍ତି ଯେଉଁମାନଙ୍କୁ ପ୍ରାୟତଃ ମସା ହଇରାଣ କରିଥାନ୍ତି ,ତେବେ ଏହି ଖବର ନିଶ୍ଚିତ ରୂପେ ଆପଣଙ୍କୁ ଆଶ୍ବସ୍ତ କରିବ। ଗୋଟିଏ ପଟେ ମସା ହଇରାଣ କରୁଥିବା ବେଳେ ଅନ୍ୟପଟେ କଏଲ,  ଲିକ୍ୟୁଇଡ ଅଥବା ମସକ୍ୟୁଟୋ ମ୍ୟାଟ୍ ର ବାସ୍ନା ଆପଣଙ୍କ ଦେହରେ ଯାଉନଥିଲେ ଏହି ଖବରକୁ ନିଶ୍ଚିତ ପଢନ୍ତୁ। ଆପଣଙ୍କୁ ମସା କାମୁଡିବା ଦୂରର କଥା ଆପଣଙ୍କ ପାଖ ଆଖ ଏପରିକି  ଘରେ ବି  ମସା ରହିବେନି।

ତେବେ ଏଥି ପାଇଁ ଦରକାର ଏକ ସ୍ମାର୍ଟ ଫୋନ। ହଁ ଆପଣଙ୍କ ସ୍ମାର୍ଟ ଫୋନ ହିଁ ଆପଣଙ୍କୁ ମସାଙ୍କ ଦାଉରୁ ରକ୍ଷା କରିପାରିବ।   ମସାଙ୍କ ନିମନ୍ତେ ଏକ ସ୍ମାର୍ଟ ଫୋନ ଆପ୍ ବିକଶିତ କରାଯାଇଛି । ଯାହକୁ ଫୋନରେ ଅନ କରିବା ମାତ୍ରେ ଅ଼ଞ୍ଚଳରୁ ମସା ରଫୁଚକ୍କର ହୋଇଯାଉଛନ୍ତି। ଏଥି ପାଇଁ ଆପଣଙ୍କୁ ଏହି ଆପ୍ ଡାଉନ ଲୋଡ କରି ଫୋନରେ ଇନଷ୍ଟଲ କରିବାକୁ ପଡିବ। ଏହି ଆପର ନାମ ହେଉଛି ‘Hertzier’ ।

 ମସାଙ୍କୁତଡିବା ପାଇଁ ଏହି ଆପରୁ ହାଇ ଫ୍ରିକ୍ବେନ୍ସି  ଶବ୍ଦ ବାହାରୁଛି। ଯହା ମସାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ । କେବଳ ମସା ନୁହେଁ ଆପଣଙ୍କୁ କୁକରଙ୍କ ଆକ୍ରମଣରୁ ମଧ୍ୟ ଏହି ଆପ୍ ରକ୍ଷା କରିବ ।  ଏହି ଆପରୁ ବିଭିନ୍ନ ପ୍ରକାରର ଶବ୍ଦ ବାହାରି ଥାଏ ଯାହା ମଣିଷ ପାଇଁ ହାନିକାରଙ୍କ ଜୀବଙ୍କୁ ମଣିଷଙ୍କ ଠାରୁ ଦୂରେଇ ରଖିଥାଏ। ତେଣୁ ବିଳମ୍ବ କାହିଁକି ଏବେ ହିଁ ଫୋନରେ ସର୍ଚ୍ଚ କରନ୍ତୁ ଆପ୍ ।

178 Views

   ସମ୍ବନ୍ଧିତ ଖବର