ଭାରତୀୟ ସେନାଙ୍କ ପାଇଁ ତିଆରି କରାଯିବ ସେନ୍‌ସର ଲାଗିଥିବା ସ୍ମାର୍ଟ ପୋଷାକ, ଯବାନଙ୍କ ପାଇଁ ଫାଇଦା କଣ ହେବ ଜାଣନ୍ତୁ

Published By : Prameya-News7 Bureau | August 19, 2019 IST

ନୂଆଦିଲ୍ଲୀ୧୯|୯: ଭାରତୀୟ ଯବାନଙ୍କ ପାଇଁ ତିଆରି ହେଉଛି ସ୍ମାର୍ଟ ପୋଷାକ। ସ୍ମାର୍ଟ ପୋଷାକ ଦ୍ବାରା ଯବାନଙ୍କ ଗତିବିଧି ଜଣା ପଡିବ। ଭାରତୀୟ ଯବାନଙ୍କ ପାଇଁ ସ୍ମାର୍ଟ କପଡାରେ ତିଆରି ହେବ ସ୍ମାର୍ଟ ପୋଷାକ। ଏହି ପୋଷାକ ତିଆରି କରିବା ପାଇଁ ୟୁପି ଟେକ୍ସଟାଇଲ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ(UPTTI) କୁ ଦିଆଯାଇଛି। ସ୍ମାର୍ଟ ପୋଷାକ ଏମିତି ଏକ ସେନ୍‌ସରର ଲାଗିବ ଯାହା ଦ୍ବାରା ଯବାନଙ୍କ ଗତିବିଧି ଜଣାପଡିବ। ଏହା ଦ୍ବାରା ୟୁନିଟ ଅଫିସରମାନେ ଯବାନଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖି ପାରିବେ। ଯବାନଙ୍କୁ ଟ୍ରାକ କରିବା ପାଇଁ ଏମିତି ଏକ ଟେକ୍‌ନିକର ଆବଶ୍ୟକତା ଥିଲା ବୋଲି ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଅନୁଭବ କରୁଥିଲେ।

 ଗତ ଜୁନ ମାସରେ ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଆସାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲ। ଦୁର୍ଘଟଣାଗ୍ରସ୍ତ  ବିମାନଟିର ସନ୍ଧାନ କରିବା ପାଇଁ ପାଖାପାଖି ୧୦ ଦିନ  ଲାଗିଯାଇଥିଲା। ତେଣୁ ସ୍ମାର୍ଟ ପୋଷାକ ଦ୍ବାରା ଏହି ସମସ୍ୟା ହେବ ନାହିଁ ବୋଲି ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି।

ସ୍ମାର୍ଟ ପୋଷାକରେ ସେନ୍‌ସରର ବ୍ୟବହାର କରାଯିବ। ପାଣି ଧୋଇବା ଦ୍ବାରା ସ୍ମାର୍ଟ ପୋଷାକରେ ଲାଗିଥିବା ସେନ୍‌ସରର ଉପରେ କୌଣସି ପ୍ରଭାବ ପଡିବ ନାହିଁ। ବର୍ଦିରେ ଏହିଭଳି ଭାବେ ସେନ୍‌ସରକୁ ଫିଟ୍‌ କରାଯିବ ଯେ ପିନ୍ଧିବାରେ କୌଣସି ଅସୁବିଧା ହେବ ନାହିଁ। ଯବାନଙ୍କୁ ସୁରକ୍ଷା ପାଇଁ ସେନ୍‌ସରର ସହ ବିଭିନ୍ନ ପ୍ରକାର ପିଚରସ  ମଧ୍ୟ ସ୍ମାର୍ଟ ବର୍ଦିରେ ରହିବ। ସେନ୍‌ସରର କୋଡ୍ ସଂପର୍କରେ କେବଳ ଯବାନମାନେ ହିଁ ଜାଣି ପାରିବେ। ଡକ୍ଟର ଏପିଜେ ଅବଦୁଲ କାଲାମ ୟୁନିର୍ଭସିଟିରୁ ୬୦ ଲକ୍ଷ ଟଙ୍କା ୟୁପିଟିଟିଆଇ ସଂସ୍ଥାକୁ ମିଳି ସାରିଛି। ଏହି ସଂସ୍ଥାର ମୁଖ୍ୟ ମୁକେଶ ସିଂହଙ୍କୁ ତତ୍ତ୍ବାବଧାନରେ ସ୍ମାର୍ଟ ପୋଷାକ ତିଆରି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.