ବିଦ୍ୟାଳୟ ଉନ୍ନତିକରଣ କାମରେ ବିନ୍ଧାଣି ସାଜିଛନ୍ତି ବିଧାୟକ: ସ୍ମାର୍ଟ ବିଦ୍ୟାଳୟର ରୂପ ନେଉଛି ୪ଟି ବିଦ୍ୟାଳୟ

Published By : Prameya-News7 Bureau | October 29, 2021 IST

ଭଦ୍ରକ ୨୯/୧୦ : ଶିକ୍ଷାର ବିକାଶ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ପାଇଁ ବହୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ୫ଟି ଟ୍ରାନ୍ସମିଶନ କାର୍ଯ୍ୟକ୍ରମ ଓ ମୋ ସ୍କୁଲ ଯୋଜନା ଦ୍ୱାରା ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଛି ସ୍ମାର୍ଟସ୍କୁଲ ନିର୍ମାଣ । ଭଦ୍ରକ ଜିଲ୍ଲାରେ ବର୍ତ୍ତମାନ ଏହି ଯୋଜନାରେ ୪ଟି ସ୍କୁଲ ନିର୍ମାଣଧୀନ ରହିଛି। ଏହି ବିଦ୍ୟାଳୟ ଗୁଡ଼ିକର ଉନ୍ନତିକରଣ କାମରେ ହାତ ଦେଇଛନ୍ତି ସ୍ଥାନୀୟ ବିଧାୟକ।

ଭଦ୍ରକ ନିର୍ବାଚନମଣ୍ଡଳିର ୪ଟି ସ୍କୁଲକୁ ୫ଟି ଟ୍ରାନ୍ସମିଶନ ଯୋଜନାରେ ଉନ୍ନତି କରଣ ପାଇଁ ସାମିଲ କରାଯାଛି । ଏହି ୪ଟି ସ୍କୁଲରୁ ଭଦ୍ରକ ବାଳିକା ଉଚ୍ଚ ବିଦ୍ୟାଳୟ, ନାରାୟଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ସାବରଙ୍ଗ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । ବିଦ୍ୟାଳୟ ଗୁଡିକର ଉନ୍ନତିକରଣ କାମ ଚାଲିଛି । ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ କ୍ଲାସରୁମ, ଅତ୍ୟାଧୁନିକ ପରୀକ୍ଷାଗାର, ଉନ୍ନତମାନର ଖେଳପଡ଼ିଆ, ଡିଜିଟାଲ ଟୋଇଲେଟ୍ ସହ ଅନେକ ସୁବିଧା ସୁଯୋଗ ଉପଲବ୍ଧ ହେବ । ଏହି କାମ ପୁରା ହେବା ପୂର୍ବରୁ ସ୍ଥାନୀୟ ଲୋକେ ଓ ଅଭିଭାବକ କହୁଛନ୍ତି ଆଉ ପିଲାଙ୍କୁ ପ୍ରାଇଭେଟ ସ୍କୁଲକୁ ପଠାଇବେ ନାହିଁ ।

{"id":535320,"sizeSlug":"full","linkDestination":"none"}

କେବଳ ଶିକ୍ଷା ନୁହେଁ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାସ ଓ ଶାରୀରିକ ଉନ୍ନତି ପାଇଁ ଏହି ଯୋଜନାରେ ମଧ୍ୟ ଧ୍ୟାନ ଦିଆଯାଉଛି । ସ୍କୁଲ ହତାରେ ନୂଆ ବଗିଚା କାମ ହେଉଛି । ତା ସହ ଯୋଗ ପ୍ରାଣାୟାମ କରିବା ପାଇଁ ସ୍ୱତନ୍ତ୍ର ପ୍ୟାଣ୍ଡେଲ ମଧ୍ୟ ତିଆରି ହେଉଛି ।

ଶିକ୍ଷା ବିଭାଗର ସ୍ୱତନ୍ତ୍ର ଟିମ୍ ଓ ଭଦ୍ରକ ବିଧାୟକ ରାତିରେ ମଧ୍ୟ ନିଜେ ନିର୍ମାଣ କାମକୁ ତଦାରଖ କରୁଛନ୍ତି । ଏହି କାମର ସମୀକ୍ଷା କିମ୍ବା ଆଉ କଣ କଲେ ଆହୁରି ଉନ୍ନତ ହେବ ସେନେଇ ମଧ୍ୟ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ମିଳିତ ସହଯୋଗରେ ବାରମ୍ବାର ବୈଠକ କରାଯାଇ ଅଭିଭାବଙ୍କଠାରୁ କାମ ବିଷୟରେ ଫିଡବ୍ୟାକ ନିଆଯାଉଛି ।

ସ୍ମାର୍ଟସ୍କୁଲ କାମ ସରିବା ପରେ ସଫଳ ହେବ ସରକାରଙ୍କ ପ୍ରୟାସ । ଭଦ୍ରକ ଜିଲ୍ଲାରେ ଆଗାମି ଦିନରେ ୫ଟି ଟ୍ରାନ୍ସମିଶନ ଅଧୀନରେ ପୁଣି ୧୪ଟି ସ୍କୁଲର ଉନ୍ନତିକରଣ କାମ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.