ମାତ୍ର ୧୦ଟଙ୍କାରେ ଠିକ୍ ହୋଇଯିବ ଆପଣଙ୍କ ସ୍ମାର୍ଟ୍ ଫୋନର ଭଙ୍ଗା ସ୍କ୍ରିନ୍, ଜାଣନ୍ତୁ କିପରି
31/08/2018 at 3:37 AM

ନୂଆଦିଲ୍ଲୀ ୩୧/୮: ସ୍ମାର୍ଟଫୋନ୍ ବ୍ୟବହାର କଲାବେଳେ ବହୁତ ଥର ଏମିତି ହୁଏ ଫୋନର ସ୍କ୍ରିନ୍ ଅସନା ହୋଇଯାଏ କିମ୍ବା ସେଥିରେ ସ୍କ୍ରାଚ୍ ହୋଇଯାଏ। ଏହାକୁ ଠିକ୍ କରିବା ପାଇଁ ଓଦା କପଡ଼ା ଓ ତୁଳା ବ୍ୟବହାର କରନ୍ତି କିମ୍ବା ଡିସପ୍ଲେର ସ୍କ୍ରାଚକୁ ଠିକ୍ କରିବା ପାଇଁ ନୂଆ ଟ୍ୟାମ୍ପର ଗ୍ଲାସ୍ ଲଗାନ୍ତି। ନୂଆ ଟ୍ୟାମ୍ପର ଗ୍ଲାସ୍ ଲଗାଇବା ପାଇଁ ଆପଣଙ୍କୁ ୧୦୦ରୁ ୧୫୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। କିନ୍ତୁ ଆଜି ଆପଣ ଏକ ଅଭିନବ ଉପାୟ ଜାଣିବାକୁ ପାଇବେ ଯେଉଁଥିରେ ଆପଣ ମାତ୍ର ୧୦ଟଙ୍କାରେ ଫୋନର ସ୍କ୍ରିନକୁ ବିଲକୁଲ ନୂଆ ଭଳି କରିପାରିବେ।
ଟୁଥପେଷ୍ଟ କେବଳ ଦାନ୍ତ ସଫା କରିବା ପାଇଁ ନୁହେଁ ବରଂ ସ୍ମାର୍ଟଫୋନ୍ ସଫା କରିବା ପାଇଁ ମଧ୍ୟ କାମରେ ଲାଗିଥାଏ। ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥାଇପାରେ କିନ୍ତୁ ଏହା ସତ୍ୟ। ୧୦ଟଙ୍କାର ଯେକୈାଣସି ଟୁଥପେଷ୍ଟ ଦ୍ବାରା ଆପଣ ଫୋନର ସ୍କ୍ରିନ ମଧ୍ୟ ନୂଆ ଭଳି କରିପାରିବେ। ଏଥିପାଇଁ ସର୍ବପ୍ରଥମେ ଟୁଥପେଷ୍ଟକୁ ଫୋନର ଡିସପ୍ଲେରେ ଭଲଭାବରେ ଲଗାଇବାକୁ ପଡ଼ିବ। ଏହା ପରେ କର୍ଟନ କିମ୍ବା ନରମ କନାରେ ଏହାକୁ ଭଲ ଭାବରେ ସଫା କରିବେ। ଏହା କରିବା ଦ୍ବାରା ଫୋନର ଡିସପ୍ଲେ ପୂରା ସଫା ଦେଖାଯିବ।
ଯଦି ସ୍ମାର୍ଟଫୋନର ଡିସପ୍ଲେ ଭାଙ୍ଗି ଯାଇଛି ତେବେ ଏହା ଉପରେ ଭଲ ଭାବରେ ଟୁଥପେଷ୍ଟ ଲଗାଇବେ। ଏହାପରେ କର୍ଟନ କିମ୍ବା କନା ସାହାଯ୍ୟରେ ପେଷ୍ଟକୁ ପୁରା ସ୍କ୍ରିନରେ ଲଗାଇବେ। ଧ୍ୟାନ ରଖିବେ ଯେପରି ଡିସପ୍ଳେର ଭାଙ୍ଗି ଯାଇଥିବା ସ୍ଥାନରେ ପେଷ୍ଟ ଭଲ ଭାବରେ ଭରି ଯିବ। ଏହା ଦ୍ବାରା ଆଫଣଙ୍କ ଫୋନ୍ ପୁରା ନୂଆ ଦେଖାଯିବ।
କେତେକ ଏଭଳି ପ୍ଲାଟଫର୍ମ ରହିଛି ଯାହା ଦ୍ବାରା ଆପଣ ସ୍ମାର୍ଟ ଫୋନର ଭଙ୍ଗା ସ୍କ୍ରିନ୍ ଠିକ କରିପାରିବେ। କିନ୍ତୁ ସବୁଠାରୁ ଶସ୍ତା ଉପାୟ ହେଉଛି iFixit ଆପ୍। ଏଥିରେ କେତେକ ଅନଲାଇନ ଟ୍ୟୁଟୋରିଆଲ୍ ଅଛି ଯାହାଦ୍ବାରା ସ୍ମାର୍ଟ ଫୋନର ସ୍କ୍ରିନ୍ ପୂରା ନୂଆ ହୋଇଯିବ।