ମୁଣ୍ଡ ବିନ୍ଧା ସମସ୍ୟାକୁ ଉତ୍କଟ କରିପାରେ ସ୍ମାର୍ଟଫୋନ: AIIMS ରିସର୍ଚ୍ଚ

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୭।୩ : ଯେଉଁମାନଙ୍କର ମୁଣ୍ଡ ବିନ୍ଧା ଅଥବା ମାଇଗ୍ରେନ ସମସ୍ୟ ରହିଛି ସେମାନେ ସ୍ମାର୍ଟ ଫୋନ ବ୍ୟବହାର କରିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଯଦି ଏପରି ରୋଗୀ ମୁଣ୍ଡ ବିନ୍ଧା ଲାଗି ଔଷଧ ଖାଇବା ପରେ ବି ଯନ୍ତ୍ରଣାରୁ ଆରମ ପାଉ ନାହାନ୍ତି ତେବେ ସ୍ମାର୍ଟ ଫୋନ ହିଁ ଏହାର କାରଣ ବୋଲି ଜାଣି ଯାଆନ୍ତୁ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏଆଇଆଇଏମଏସ୍)ର ଏକ ଗବେଷକ ଦଳ ପ୍ରଥମ କରି ଏହା ଜାଣିବାକୁ ପାଇଛନ୍ତି। ମୁଣ୍ଡବିନ୍ଧା ଓ ମାଇଗ୍ରେନ ସମସ୍ୟାକୁ ସ୍ମାର୍ଟଫୋନ ଅଧିକ ଉତ୍କଟ କରୁଥିବା ଗବେଷମାନେ କହିଛନ୍ତି।

{"id":234257,"sizeSlug":"large"}

ନ୍ୟୁରୋଲଜି:  କ୍ଲିନିକାଲ ପ୍ରାକ୍ଟିସ୍ ଜର୍ଣ୍ଣାଲରେ ଏ ନେଇ ଗବେଷକଙ୍କ ସନ୍ଦର୍ଭ ପ୍ରକାଶିତ ହୋଇଥିବା ବେଳେ ଏଥିଲାଗି ସେମାନେ ୪୦୦ ଲୋକଙ୍କୁ ଅନୁଧ୍ୟାନରେ ସାମିଲ କରିଥିଲେ। ମୁଣ୍ଡ ବିନ୍ଧାର ବିଭିନ୍ନ ଲକ୍ଷଣକୁ ନେଇ ଗବେଷଣା କରାଯାଇଥିବା ବେଳେ ଏଥିରେ ସ୍ମାର୍ଟଫୋନ ୟୁଜରଙ୍କ ଠାରେ ମୁଣ୍ଡବିନ୍ଧା ଏକ ସାଧାରଣ ଲକ୍ଷଣ ବୋଲି ଜଣାପଡିଥିବା ଡା.ଦୀପ୍ତି ବିଭା କହିଛନ୍ତି।

{"id":234260,"sizeSlug":"large"}

ଅନୁଧ୍ୟାନରେ ସାମିଲ ହୋଇଥିବା ୪୦୦ ଲୋକଙ୍କ ମଧ୍ୟରୁ ୨୦୬ ଜଣ ସ୍ମାର୍ଟଫୋନ ବ୍ୟବହାରକାରୀ ଥିବା ବେଲେ ୧୯୪ଜଣ ମୋବାଇଲ ଫୋନ ହିଁ ବ୍ୟବହାର କରନ୍ତି ନାହିଁ। ତେବେ ଯେଉଁମାନେ ସ୍ମାର୍ଟଫୋନ ବ୍ୟବହାରକାରୀ ସେମାନେ ମୁଣ୍ଡ ବିନ୍ଧା ସମସ୍ୟା ଲାଗି ମାସିକ ୮ଟି ପିଲ ଖାଉଥିବା ବେଳେ ସାଧାରଣ ରୋଗୀ ମାସିକ ସର୍ବାଧିକ ୫ଟି ପର୍ଯ୍ୟନ୍ତ ମୁଣ୍ଡବିନ୍ଦା ଟାବଲେଟ୍ ଖାଇଥିବା ଜଣାପଡିଥିଲା। ତେବେ ଔଷଧ ଖାଇବା ପରେ ମଧ୍ୟ ସ୍ମାର୍ଟଫୋନ ୟୁଜର ଯନ୍ତ୍ରଣା ମୁକ୍ତ ହୋଇ ପାରୁନଥିବା ଜଣାପଡିଥିବା ବେଳେ ଏ ସବୁର ବ୍ୟବହାର କରୁନଥିବା ଲୋକେ ସମ୍ପୂର୍ଣ୍ଣ ଯନ୍ତ୍ରଣାମୁକ୍ତ ହେଉଥିବାର କହିଛନ୍ତି। ତେବେ ମୁଣ୍ଡବିନ୍ଧା କେତେବେଳେ ହୁଏ ସେ ନେଇ କିନ୍ତୁ କେହି ସଠିକ ଭାବେ କହିପାରିନାହାନ୍ତି। 

{"id":234261,"width":581,"height":387,"sizeSlug":"large"}

ଏଣୁ ନିୟମିତ ମୁଣ୍ଡବିନ୍ଧାରୁ ମୁକ୍ତି ଲାଗି ସ୍ମାର୍ଟଫୋନ ବ୍ୟବହାରକାରୀ ଯଦି ସେମାନଙ୍କ ଫୋନର ସେଟିଂରେ ସାମାନ୍ୟ ପରିବର୍ତ୍ତନ କରନ୍ତି ତେବେ ବେଶ୍ ଆରାମ ପାଇପାରିବେ ବୋଲି ଗବେଷକମାନେ ଅନୁମାନ କରୁଛନ୍ତି। ଏଥିରେ ସେମା ହ୍ୟାଣ୍ଡସ୍ ଫ୍ରି ସେଟିଂ କଲେ ଲାଭବାନ ହୋଇପାରିବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.