ମୋବାଇଲ ଚାର୍ଜ କରିବାର ସଠିକ୍‌ ଉପାୟ ଜାଣନ୍ତୁ, ଅଧିକ ସମୟ କରିବ ଲାଷ୍ଟିଂ

Published By : Prameya-News7 Bureau | April 26, 2019 IST

wp:heading {"level":5}
ଆଜିକାଲି ମୋବାଇଲ ଫୋନ୍‌ ଲୋକଙ୍କ ଜୀବନରେ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ମୋବାଇଲ ଫୋନ୍‌ ବିନା ବଞ୍ଚିବା ଲୋକଙ୍କ ପାଇଁ ଯେମିତି  ଖୁବ୍‌ କଷ୍ଟକର। ଯଦି ହଠାତ୍‌ କୌଣସି ଦିନ ମୋବାଇଲର ବ୍ୟାଟରୀ ସରିଯାଏ ଓ ଗୋଟେ ଦିନ ପାଇଁ ଚାର୍ଜ ନହୁଏ ତାହେଲେ ଗୋଟେ ଦିନ ବଞ୍ଚିବା ମଧ୍ୟ ଲୋକଙ୍କ ପାଇଁ କଷ୍ଟକର ହୋଇଯିବ।
/wp:heading wp:heading {"level":5}
ଖାଇବା ପିଇବାଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଫୋନ୍‌। କିନ୍ତୁ କେବେ କେବେ ଫୋନ୍‌ ଚାର୍ଜ କରିଥିଲେ ମଧ୍ୟ ବ୍ୟାଟରୀ ଶୀଘ୍ର ସରିଯାଏ ଓ ଫୋନ୍‌ରେ ଚାର୍ଜ ନଥିବା ସମସ୍ୟା ପ୍ରାୟତଃ ଲୋକେ ସାମ୍ନା କରନ୍ତି। ତେବେ ଜାଣନ୍ତୁ ପୋନ୍‌ ଚାର୍ଜ କରିବାର ସଠିକ୍‌ ଉପାୟ।
/wp:heading wp:heading {"level":5}
ପ୍ରତ୍ୟେକ ଲୋକ ଏହା ଚାହାନ୍ତି ଯେ, ମୋବାଇଲ ଫୋନ୍‌ର ଚାର୍ଜ କେବେ ଡିସଚାର୍ଜ ନହେଉ। ଏଥି ପାଇଁ ଏମିତି ଏକ ଉପାୟ ଅଛି ଯାହା ଦ୍ବାରା ଫୋନ୍‌ ସହ ଫୋନ୍‌ର ବ୍ୟାଟରୀର ଲାଇଫ ମଧ୍ୟ ବଢାଇପାରେ। ମୋବାଇଲ୍‌ରେ ଚାର୍ଜ ଡିସଚାର୍ଜ ନହେବା ପାଇଁ ଲୋକେ ଫୋନକୁ ଫୁଲ ଚାର୍ଜ କରନ୍ତି। କିନ୍ତୁ ଏକ୍‌ସପର୍ଟଙ୍କ ଅନୁସାରେ ଫୋନ୍‌କୁ କେବେ ପୁଲ ଚାର୍ଜ କରିବା ଅନୁଚିତ୍‌ ।
/wp:heading wp:heading {"level":5}
ଫୋନ ଫୁଲ ଚାର୍ଜ କରିଲେ ବ୍ୟାଟରୀ ଖରାପ ହବାର ସମ୍ଭାବନା ଥାଏ। ମୋବାଇଲ ଫୋନ୍‌ ଚାର୍ଜ ହେବା ସମୟରେ ଫୋନ ବ୍ୟବହାର କରିବା ଅନୁଚିତ୍‌। ଏହା ଦ୍ବାରା ବ୍ୟାଟରୀର ଲାଇଫ ସରିଯାଏ ଓ ଫୋନ ଶୀଘ୍ର ଗରମ ମଧ୍ୟ ହୋଇଥାଏ। ଫୋନ କିଣିଲା ସମୟରେ ମିଳିଥିବା ଚାର୍ଜରରେ ହିଁ ଫୋନ ଚାର୍ଜ କରିବା ଉଚିତ୍‌। ଅନ୍ୟ ଚାର୍ଜରରେ ଫୋନ ଚାର୍ଜ କରିଲେ ବ୍ୟାଟରୀ ଖରାପ ହୋଇଥାଏ। ବଜାରରେ ମିଳୁଥିବା ଚାର୍ଜର କେବଳ କିଛି ବ୍ରାଣ୍ଡ ପାଇଁ ତିଆରି ହୋଇଥାଏ ଯାହା ସବୁ ଫୋନରେ ବ୍ୟବହାର କରିବା ଅନୁଚିତ୍‌। କାରଣ ଖରାପ ଚାର୍ଜର ମଧ୍ୟ ଫୋନ୍‌ ପାଇଁ କ୍ଷତିକାରକ ହୋଇଥାଏ।
/wp:heading wp:heading {"level":5}
ମୋବାଇଲକୁ ରାତି ସାରା ଚାର୍ଜରେ ରଖିଲେ ଫୋନ ଓ ବ୍ୟାଟରୀ ଖରାପ ହୋଇଯିବ। ଫୋନର ଚାର୍ଜ ୧% ହେଲା ପରେ ଚାର୍ଜରେ ବସେଇଇବା ମଧ୍ୟ ଅନୁଚିତ୍‌। ଠିକ ସମୟରେ ଫୋନ୍‌କୁ ଚାର୍ଜ କରିବା ଆବଶ୍ୟକ। ଏହା ଦ୍ବାରା ଫୋନ୍‌ରେ ଅଧିକ ସମୟ ଚାର୍ଜ ରହିଥାଏ। ଫୋନ୍‌ରେ ଚାର୍ଜ ନଥିଲେ ଫୋନ୍‌ ବନ୍ଦ ହୋଇଯାଏ। ତେବେ ଏହି ସମୟରେ ଫୋନ୍‌କୁ ବାରମ୍ୱାର ସ୍ୱିଚ ଅନ କରିଲେ ଫୋନ ଖରାପ ହୋଇଥାଏ। ସବୁବେଳେ ଫୋନ୍‌ ବନ୍ଦ ହେବା ପୂର୍ବରୁ ଚାର୍ଜ କରିବା ଉଚିତ୍‌। ଏହି ସବୁ ପଦକ୍ଷେପ ଦ୍ବାରା ଫୋନ ଓ ଫୋନ୍‌ର ବ୍ୟାଟରୀ ସୁରକ୍ଷିତ ରହିବ  ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.