ଚାର୍ଜିଂଗ ବେଳେ ମୋବାଇଲ ହେଲା ବିସ୍ଫୋରଣ, ୧୦ ବର୍ଷର ଶିଶୁ ହରାଇଲା ପ୍ରାଣ

Published By : Prameya-News7 Bureau | June 07, 2019 IST

ଚାର୍ଜିଂଗରେ ଲାଗିଥିବା ମୋବାଇଲ ଫୋନ୍‌ ଫାଟିବା ଭଳି ଘଟଣା ଆଜିକାଲି ବହୁତ ଶୁଣିବାକୁ ମିଳୁଛି। ଏମିତି ଏକ ଦୁର୍ଘଟଣାରେ ଜଣେ ୧୦ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ସେ ସ୍ଥାନର ଅଧିକାଂଶ ଜିନିଷ ମଧ୍ୟ ନଷ୍ଟ ହୋଇଯାଇଛି। ମାମଲା ରୁଜୁ ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିସାରିଛି।

ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ଧାର ଜିଲ୍ଲା ଅନ୍ତର୍ଗତ ୱଡଲିପଡା ଗାଁରେ। ଚନ୍ଦୁ ନାମକ ଜଣେ ଗ୍ରାମବାସୀଙ୍କ ଘରେ ଏଭଳି ଦୁର୍ଘଟଣା ଘଟିଛି। ତାଙ୍କ ଘରେ ସ୍ମାଟ୍‌ ଫୋନ୍‌ ଚାର୍ଜିଂରେ ଲାଗିଥିଲା। ଚନ୍ଦୁଙ୍କ ୧୦ ବର୍ଷର ପୁଅ ଲଖନ ଫୋନ ଚାର୍ଜ ହେଉଥିବା ଜାଗାର ଆଖପାଖରେ ଖେଳୁଥିଲା। ହଠାତ୍‌ ଫୋନ୍‌ରେ ବିସ୍ଫୋରଣ ହୋଇଥିଲା। ଘରର ଅନ୍ୟ ସଦସ୍ୟମାନେ ବାହାରେ ଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ଘର ଭିତରକୁ ଆସିଥିଲେ। ସେଠାରେ ଲଖନ ବେହୋସ ହୋଇ ତଳେ ପଡିଥିଲା। ତାକୁ ବେହୋସ ଅବସ୍ଥାରେ ଦେଖି ଘର ଲୋକେ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନା ଯିବାର କିଛି ସମୟ ମଧ୍ୟରେ ଲଖନର ମୃତ୍ୟୁ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.